ଦୈବାସୁର ସମ୍ପଦ୍ ବିଭାଗ ଯୋଗଃ
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ବାଲେଶ୍ବର ଜିଲ୍ଲାର ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ରଙ୍କ ସୁପରିଚାଳନାତଥା ପୌରହିତ୍ୟରେ, ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶ୍ରୀମତୀ ସ୍ନେହ ମିଶ୍ର ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶ୍ରୀମତୀ ପ୍ରଣତି ମହାପାତ୍ର ଅତିଥି ପରିଚୟ,ସମସ୍ତଙ୍କୁ ଶୁଭେଚ୍ଛା ଓ ସୁସ୍ବାଗତ କରିଥିଲେ । ପ୍ରାରମ୍ଭରେ ରେଡ଼ିଓ କଣ୍ଠଶିଳ୍ପୀ ଶ୍ରୀମତୀ ଅଳକା ଦାଶ ସ୍ବାଗତ ଭଜନ ଗାନ କରିବା ପରେ ନଅଜଣ ସତସଙ୍ଗୀ ଭାଇଭଉଣୀ ଅତି ସୁନ୍ଦର ଭାବରେ ସୁଲଳିତ ସ୍ବରରେ ଗୀତାମୃତ ପାରାୟଣ ତଥା ଆଲୋଚନା କରିଥିଲେ ।
ପଣ୍ଡିତ ଭାବଗ୍ରାହୀ ମିଶ୍ରଙ୍କର ମଙ୍ଗଳାଚରଣ ପରେ ଭୁବନେଶ୍ୱରରୁ ବଡ଼ଭାଇ ବିଶ୍ବେଶ୍ବର ମାଝୀ ତୃତୀୟ ଅଧ୍ୟାୟର ଚତୁର୍ଦ୍ଦଶ ଶ୍ଲୋକ, ବାଲେଶ୍ଵରରୁ ବିପିନ ବିହାରୀ ବାରିକ ନବମ ଅଧ୍ୟାୟର ଏକାଦଶ ଶ୍ଲୋକ, ମୁମ୍ବାଇରୁ ଶ୍ରୀମତୀ ସ୍ନେହ ମିଶ୍ର ପ୍ରଥମ ଅଧ୍ୟାୟର ପ୍ରଥମ ଶ୍ଲୋକ, ବାଲେଶ୍ୱରରୁ ପ୍ରଫୁଲ୍ଲ କୁମାର ଦାସ ନବମ ଅଧ୍ୟାୟର ୨୫ତମ ଶ୍ଲୋକ, ତେଲେଙ୍ଗାନାରୁ ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର ଅଷ୍ଟମ ଅଧ୍ୟାୟର ପଞ୍ଚମ ଶ୍ଲୋକ, ଭୁବନେଶ୍ୱରରୁ ରୀତା ଅପରାଜିତା ମହାନ୍ତି ପ୍ରଥମ ଅଧ୍ୟାୟର ବିଂଶତମ ଶ୍ଲୋକ, କଟକରୁ ବିଷ୍ଣୁପ୍ରିୟା ପଣ୍ଡା ଷଷ୍ଠ ଅଧ୍ୟାୟର ପଞ୍ଚମ ଶ୍ଲୋକ, ବାଲେଶ୍ଵରରୁ ପ୍ରଶାନ୍ତ କୁମାର ରାଉଳ ଷୋଡ଼ଶ ଅଧ୍ୟାୟର ଅଷ୍ଟାଦଶ ଶ୍ଲୋକ ଏବଂ କେନ୍ଦୁଝରରୁ ରତିନାରାୟଣ ରାଉତ ଦ୍ବାଦଶ ଅଧ୍ୟାୟର ଊନବିଂଶ ଶ୍ଲୋକର ଚମତ୍କାର ଭାବରେ ଦୀର୍ଘ ତିନିଘଣ୍ଟା ଧରି ଆଲୋଚନା ବ୍ୟାଖ୍ୟା କରିଥିଲେ । ପଣ୍ଡିତ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଦାଶ, ପଣ୍ଡିତ ଭାବଗ୍ରାହୀ ମିଶ୍ର, ପଣ୍ଡିତ ପ୍ରଦୀପ୍ତ କୁମାର ମିଶ୍ର, ପଣ୍ଡିତ ଚାଣ୍ଡାଳ ମିଶ୍ର, ପଣ୍ଡିତ ନିରଞ୍ଜନ ସାହୁ, ପଣ୍ଡିତ ଅନାଦି ଚରଣ ମାହାଳି, ପଣ୍ଡିତ ଧନଞ୍ଜୟ ମିଶ୍ର ପ୍ରଭୃତି ବିଭିନ୍ନ ସ୍ଥାନର ବିଜ୍ଞ ପଣ୍ଡିତ ମଣ୍ଡଳୀଙ୍କ ଉପସ୍ଥିତି ସତସଙ୍ଗୀ ପାରାୟଣୀ ମାନଙ୍କୁ ପ୍ରେରଣା ଦେଇଥିଲା । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୪୦ ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମସ୍ତେ ଭାବବିହ୍ବଳିତ ହୋଇ ବିଭିନ୍ନ ଅଧ୍ୟାୟର ଶ୍ଲୋକ ବ୍ୟାଖ୍ୟା ଉପଭୋଗ କରିଥିଲେ। ଶ୍ରୀମତୀ ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଶ୍ରୀଯୁକ୍ତ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ ।