ଶ୍ରେୟସ ଆୟରଙ୍କର ଇଂଲଣ୍ଡରେ ସଫଳ ସର୍ଜରୀ; ଖେଳିପାରିବେନି ଡବ୍ଲୁଟିସି ଫାଇନାଲ୍‌

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କ ଅଣ୍ଟା ସର୍ଜରୀ ସଫଳ ହୋଇଛି । ଲଣ୍ଡନରେ ତାଙ୍କର ସର୍ଜରୀ ହୋଇଛି । ବର୍ତ୍ତମାନ ତାଙ୍କୁ ଦଳକୁ ଫେରିବାକୁ ହେଲେ ଅନେକ ଦିନ ଅପେକ୍ଷା କରିବାକୁ ପଡ଼ିବ । ଜୁନ ମାସରେ ହେବାକୁ ଥିବା ଡବ୍ଲୁଟିସି ଫାଇନାଲ୍‌ରେ ବି ସେ ଖେଳି ନପାରନ୍ତି । ତେବ ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌ ପର୍ଯ୍ୟନ୍ତ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବେ ବୋଲି କୁହାଯାଉଛି । ଅଣ୍ଟାରେ ଆଘାତ ଲାଗିବା କାରଣରୁ ଶ୍ରେୟସ ଆୟର ଅନେକ ଦିନ ହେଲା ସମସ୍ୟା ଭୋଗୁଥିଲେ । ଅଷ୍ଟ୍ରେଲିଆ ବିରୋଧରେ ନିକଟରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ଶେଷ ମୁକାବିଲାରେ ଆୟରଙ୍କର ଯନ୍ତ୍ରଣା ବଢ଼ିଯାଇଥିଲା । ଏହାପରେ ତାଙ୍କୁ ଉକ୍ତ ମ୍ୟାଚ୍‌ରୁ ବାହାର କରାଯାଇଥିଲା । ପରେ ଆଇପିଏଲ୍‌ ୧୬ ତମ ସଂସ୍କରଣରୁ ମଧ୍ୟ ସେ ଓହରି ଯାଇଥିଲେ‌। ଆୟରଙ୍କ ସର୍ଜରୀ ହୋଇଛି ଓ ଖୁବ୍‌ଶୀଘ୍ର ସେ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହେବେ ବୋଲି ସୂଚନା ମିଳିଛି । ତେବେ ଆସନ୍ତା କିଛି ମାସ ତାଙ୍କୁ ଆରାମ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହୋଇ କ୍ରିକେଟ୍ ଖେଳିବାକୁ ଆୟରଙ୍କୁ ୪-୫ ମାସ ସମୟ ଲାଗିବ । ବିଶ୍ୱକପ୍‌ ବେଳକୁ ସେ ଫିଟ୍ ହୋଇଯାଇଥିବେ ବୋଲି କୁହାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.