ପ୍ରଥମ ଥର ପାଇଁ ଏଏଫସି କପର ମୂଖ୍ୟ ଡ୍ରରେ ସାମିଲ ହେଲା ଓଡିଶା ଏଫସି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡିଶା ଫୁଟବଲପ୍ରେମୀଙ୍କ ପାଥଁ ଖୁସି ଖବର । ଓଡିଶା ଏଫସି ପ୍ରଥମ ଥର ପାଇଁ ଏଏଫସି କପ ଗ୍ରୁପ ଷ୍ଟେଜକୁ ଉନ୍ନୀତ ହୋଇଛି । ବାଙ୍ଗାଲୋର ଏଫସିକୁ ହରାଇ ହୀରୋ ସୁପର କପ ଟାଇଟଲ ହାସଲ କରିଥିବା ଓଡିଶା ଶନିବାର ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା । ଆଇ ଲିଗ ବିଜେତା ଗୋକୁଳମ କେରଳ ଏଫସିକୁ ଓଡିଶା ୩-୧ରେ ପରାସ୍ତ କରି ଏହି ଐତିହାସିକ ସଫଳତା ହାସଲ କରିଛନ୍ତି । କୋଝିକୋଡେର ଇଏମଏସ କର୍ପୋରେଶନ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମୁକାବିଲାରେ ଓଡିଶାର ପ୍ରଭୂତ୍ୱ ସମ୍ପୂର୍ଣ୍ଣ ଭାବେ ରହିଥିଲା । ବ୍ରାଜିଲିଆନ ଷ୍ଟ୍ରାଇକର ଡିଏଗୋ ମୋରିସିଓଙ୍କ ହ୍ୟାଟ୍ରିକ ଗୋଲ ଓଡିଶା ବିଜୟର ମୂଖ୍ୟ କାରଣ ସାଜିଥିଲା ।ମ୍ୟାଚର ୧୮ତମ ଓ ୩୨ତମ ମିନିଓରେ ଡିଏଗୋ ୨ଟି ଗୋଲ ସ୍କୋର କରିଥିଲେ । ଜବାବରେ ଗୋକୁଳମ କେରଳ ଟିମ ଗୋଟିଏ ଗୋଲ ସ୍କୋର କରିଥିଲା । ପ୍ରଥମାର୍ଦ୍ଧ ଶେଷ ବେଳକୁ ମ୍ୟାଚ ୨-୧ ସ୍ଥିତିରେ ରହିଥିଲା । ଦ୍ୱିତୀୟାର୍ଦ୍ଧର ୮ମ ମିନିଟରେ ଡିଏଗୋ ତୃତୀୟ ଗୋଲଟି ଦେଇ ଓଡିଶାକୁ ୩-୧ରେ ଆଗୁଆ କରାଇଥିଲେ । କେରଳ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.