ସାମାଜିକ କ୍ରାନ୍ତି ଆଣିବ ପରମ କାରୁଣିକ ତଥାଗତ ବୁଦ୍ଧ ଓ କ୍ରାନ୍ତିକବି ଭୀମ ଭୋଇଙ୍କ ବିଚାରଧାରା

ପାଷ୍ଟିକୁଡ଼ିରେ ତଥାଗତ ବୁଦ୍ଧ, ଭୀମଭୋଇ ଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପରମ କାରୁଣିକ ତଥାଗତ ବୁଦ୍ଧ, କ୍ରାନ୍ତିକବି ଭୀମ ଭୋଇଙ୍କ ବିଚାରଧାରା ସାରା ବିଶ୍ବକୁ ଶାନ୍ତି, ସଂହତି, ସହାବସ୍ଥାନ ଓ ମାନବବାଦର ବାର୍ତ୍ତା ଦିଏ । ବିଶ୍ବରତ୍ନ ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ନୀତି ଓ ନିର୍ଦ୍ଦେଶ ଆମ ଅଧିକାରର ସୁରକ୍ଷାକୁ ସୁନିଶ୍ଚିତ କରିଥାଏ । ଆଗାମୀ ଦିନରେ ବୁଦ୍ଧ ଓ ଭୀମ ଭୋଇଙ୍କ ଏ ଅନନ୍ୟ ବିଚାରଧାରା ସାମାଜିକ କ୍ରାନ୍ତି ଆଣିବ ବୋଲି ଆଜି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ିଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ବୁଦ୍ଧ, ଭୀମ ଭୋଇ ଓ ବାବାସାହେବ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଭା ପ୍ରାରମ୍ଭରେ ଏକ ବିଶାଳ ଶୋଭାଯାତ୍ରା ପାଷ୍ଟିକୁଡ଼ି ସହର ପରିକ୍ରମା କରିଥିଲା । ଏଥିରେ ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ୍ବ ପୁରୁଷ ମହିଳା ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, କେସିଙ୍ଗା ବ୍ଲକ ପାଷ୍ଟିକୁଡ଼ି ପଞ୍ଚାୟତ ଆନୁକୂଲ୍ୟରେ ଆୟୋଜିତ ସମାରୋହରେ ଅତିଥି ଭାବେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କର୍ମକର୍ତ୍ତା ଧନଞ୍ଜୟ ଦୀପ, ଯତୀନ୍ଦ୍ର କର, ଛବିଲାଲ ନିଆଲ, ବିଜୟରାଜ ଶିଖା, ଓଡ଼ିଶା ଭୀମ ଆର୍ମୀ ରାଜ୍ୟ ସଂଯୋଜିକା ମମତା ବୌଦ୍ଧ, କଳିଙ୍ଗମିତ୍ର ଟ୍ରଷ୍ଟର ଧମ୍ମଚାରି ଧମ୍ମସେନ, ଧମ୍ମମିତ୍ର ସଂକେତ, ଅଲେଖ ମହିମା ଧର୍ମର ଭକ୍ତ ମକରଧ୍ବଜ ତାଣ୍ଡି ପ୍ରମୁଖ ମଞ୍ଚାସୀନ ଥିଲେ ।

Udyog Nursery
Udyogi Nursery

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ପାଷ୍ଟିକୁଡ଼ିର ସଭାପତି ଅଭିମନ୍ୟୁ ବିଶିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏଇ ଜିଲ୍ଲାସ୍ତରୀୟ ସମାରୋହକୁ ଜୟପ୍ରକାଶ ଜାଲ ସଭା ପରିଚାଳନା କରିଥିବାବେଳେ ଭାଗ୍ୟବନ୍ତ ବିଶି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଫେଡେରେସନର ବ୍ଲକ କର୍ମକର୍ତ୍ତା ଲୋକନାଥ ନାଗ, ରଘୁନାଥ ଦୀପ, ଆଇନଜୀବୀ କୃଷ୍ଣ ନାଗ, ଗୋପାଳ ନାଏକ, ଜଗନ୍ନାଥ ସୁନା, ବଲଦେବ ହରପାଲ, ଟିକେମନ ଦୀପ,

ମହମ୍ମଦ ଆଗାଜାନ, କେଶବ ମେହେର, ମହେନ୍ଦ୍ର ଧଙ୍ଗଡାମାଝୀ, ମହିଳା ମୂଳନିବାସୀ ସଭାନେତ୍ରୀ ଅଞ୍ଜୁ କୁମାର, ଓମ୍ ପ୍ରକାଶ ଛତ୍ରିଆ, ଦିଗାମ୍ବର ଲୁହା, କ୍ଷେତ୍ରମଣି ସେନା ପତି, ଯୁଧିଷ୍ଟି ଭଗତ, ତେଜରାଜ ବେହେରା, ଗିରିଜା ବେହେରା, ସୁଶୀଲ କୁମାର ବାଗ, ଖଗେଶ୍ବର ନାଏକଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଇ କାର୍ଯ୍ୟକ୍ରମରେ ସୁନିଲ ବିଶି, ବାବୁଲି ବିଶି, ପ୍ରହଲ୍ଲାଦ ବିଶି, ଭବାନୀ ବିଶି, ଜଗଦୀଶ, ଅନୀଲ, ଲାଲୁ ନିହାଲ, ଡମ୍ବରୁ କରୁଆଁ, ବୈଲୋଚନ ଟାକ୍ରି ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.