ଡ଼.ଭବାନୀ ନିଆଲଙ୍କ କବିତାକୁ ଇଟାଲୀ ଭାଷାରେ ଅନୁବାଦ କଲେ କବୟିତ୍ରୀ ଇମାନୁଏଲ ରିଜ୍ଜୋ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ତଥା ମହୁରି ସାହିତ୍ୟ ପତ୍ରିକାର ମୁଖ୍ୟ ସମ୍ପାଦକ ଡ଼.ଭବାନୀ ଶଙ୍କର ନିଆଲଙ୍କ ଓଡ଼ିଆ କବିତା ‘ମରିବାର ବି ଅଛି’ କୁ ଇଟାଲିୟ କବୟିତ୍ରୀ ଇମାନୁଏଲ ରିଜ୍ଜୋ ଇଟାଲୀ ଭାଷାରେ ପୁଣିଥରେ ଅନୁବାଦିତ କରିଛନ୍ତି । ଏହି କବିତାକୁ ଇଂରାଜୀ ଭାଷାରେ ବଙ୍କିମ ମୁଣ୍ଡ ଅନୁବାଦ କରିଥିଲେ । ଡ଼.ନିଆଲଙ୍କ କବିତା ପୂର୍ବରୁ ୧୬ ଟି ଅନ୍ତଃରାଷ୍ଟ୍ରୀୟ ଭାଷା ଗୁଡିକରେ ଅନୁବାଦିତ ହୋଇ ସାରିଥିବାବେଳେ ଓଡ଼ିଆରେ ୩ଟି ଓ ଇଂରାଜୀରେ ୨ଟି କବିତା ସଂକଳନ ରହିଛି ଏବଂ ବର୍ତ୍ତମାନ ଡ଼. ନିଆଲ ଇଂଟୁ ଫ୍ୟୁଚର ମିଡିଆ ପ୍ରାୟୋଜିତ ଉଇନିଂ ମୁଭ ମୁଭ ଇନ୍ଫୋଟେକ ସଂସ୍ଥା ଦ୍ୱାରା ଅନ୍ତର୍ଜାତୀୟ ନେତୃତ୍ୱ ସମ୍ମାନ ପାଇଁ ୫୫ଦେଶର ୧୦୦୦୦ ଲେଖକଙ୍କ ଭିତରେ ସେ ସମ୍ବର୍ଦ୍ଧିତ ୨୦୦ ଜଣିଆ ତାଲିକାରେ ମନୋନୀତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ତାଙ୍କର ବହୁଚର୍ଚ୍ଚିତ ଇଂରାଜୀରେ ପ୍ରକାଶିତ ହୋଇଥିବା ଲକଡାଉନ୍ ପୁସ୍ତକ ସ୍ପେନିଶ, ଫ୍ରାନ୍ସ ଏବଂ ଇଟାଲୀ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହେବାକୁ ଯାଉଛି । ତାଙ୍କର ଏହି ସଫଳତା ପାଇଁ ଜିଲ୍ଲା ତଥା ଦେଶର ବିଭିନ୍ନ କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.