ବି ଏନ ପୁରରେ ଲାଭାର୍ଥି ସଭା

ବୟାନ ଶିଳ୍ପ ମାଧ୍ୟମରେ ମହିଳାଙ୍କୁ ସ୍ୱାବଲମ୍ବୀ କରାଯିବ -କେନ୍ଦ୍ରମନ୍ତ୍ରୀ ଦର୍ଶନା ଜରସୋଦ

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଗଂଜାମ ଜିଲ୍ଲାରେ ମହିଳାମାନଙ୍କୁ ବୟନ ଶିଳ୍ପ ଓ ହସ୍ତତନ୍ତ ମାଧ୍ୟମରେ ଆର୍ଥିକ ସ୍ୱାବଲମ୍ବୀ କରାଯିବ ବୋଲି କେନ୍ଦ୍ର ବୟନ ଶିଳ୍ପ ଓ ରେଳମନ୍ତ୍ରୀ ଦର୍ଶନା ଜରସୋଦ ପ୍ରକାଶ କରିଛନ୍ତି l ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବି ଏନ ପୁର ଠାରେ ଆୟୋଜିତ ଏକ ପ୍ରଧାମନ୍ତ୍ରୀ ଲାଭାର୍ଥି ସମ୍ମିଳନୀ ରେ ଯୋଗ ଦେଇ ଓଡିଶା ପୁରୁଷ ଓ ମହିଳା ମାନେ ସୁରଟ ଯାଇ ବୟନ ଶିଳ୍ପ ମାନଙ୍କରେ ଜୀବିକା ନିର୍ବାହ କରୁଛନ୍ତି l ଓଡିଶା ରେ ମହିଳା ଶ୍ରମିକ ମାନେ ଖୁବ ଦକ୍ଷ ତେଣୁ କେନ୍ଦ୍ର ବୟ ନ ଶିଳ୍ପ ବିଭାଗ ଏଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ଗଂଜାମର ମହିଳା ମାନଙ୍କୁ ସମସ୍ତ ଭିତ୍ତିଭୂମି ଯୋଗାଇବା ସହ ତାଲିମ ଦେବା ପାଇଁ ଆବଶ୍ୟକ ତାଲିମ ଡାଟା ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ l ସମସ୍ତ ଗ୍ରୁପଙ୍କୁ ସାମିଲ କରି କ୍ଲଷ୍ଟର କରି ତାଲିମ ବ୍ୟବସ୍ତା କରାଯିବ l ରାଜ୍ୟ ସରକାରଙ୍କୁ ଇଙ୍ଗିତ କରି ମହିଳା ଗୋଷ୍ଠି ମାନଙ୍କୁ କେବଳ ଋଣ ଗ୍ରସ୍ତ କଲେ ହେବନି ସେମାନଙ୍କ ଉତ୍ପାଦିକା ଶକ୍ତି ବଢାଇବା ସହ ଆର୍ଥିକ ସ୍ୱାବଲମ୍ବୀ କରିବାର ଆବଶ୍ୟକତା ଅଛି ବୋଲି କହିଥିଲେ l ସର୍ବୋପରି ଦାଦନ ଓ ଅନ୍ୟାନ୍ୟ ସମସ୍ୟା କ୍ଷେତ୍ର ରେ ଓଡିଶା ସରକାରଙ୍କ ସହଯୋଗ ମିଳୁନାହିଁ ବୋଲି କହିଥିଲେ l ମୋଦିଙ୍କ ଗତ ୯ ବର୍ଷରେ ମହିଳା ମାନେ ଉଜାଲା, ଆବାସ ଓ ମାଗଣା ଚାଉଳ ସମେତ ଅନ୍ୟାନ୍ୟ କ୍ଷେତ୍ର କେତେ ଲାଭ ପାଇଛ ବୋଲି ମହିଳା ମାନଙ୍କୁ ପଚାରିଥିଲେ l ଖଲ୍ଲିକୋଟ ରେଳ ଷ୍ଟେସନରେ ଦ୍ରୁତଗାମୀ ରହଣି ସମ୍ପର୍କରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ l ଉକ୍ତ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଗୋକୁଳନନ୍ଦ ମଲ୍ଲିକ, ଘୁମୁସର ଜିଲ୍ଲା ସମ୍ପାଦକ ଅନିଲ ପଣ୍ଡା, ସମ୍ପାଦକ ଯଜ୍ଞ ନାରାୟଣ ଦାଶ, ପ୍ରାକ୍ତନ ଏନଏସି ଅଧକ୍ଷ ସାହାଙ୍କର ପ୍ରସାଦ ନାହାକ ଓ ବିଜେପି ନେତା ସୁରେନ୍ଦ୍ର ନାଥ ସାହୁ ସିମାଞ୍ଚଳ ସେଠି ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.