ନୀତୀଶଙ୍କ ‘ବିରୋଧୀ ଦଳର ଏକତା’କୁ ସମର୍ଥନ କରିବେ କହିଲେ ଶରଦ ପାଓ୍ୱାର

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀ ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦଳ ବିଜେପି ବିରୋଧରେ ଏକ ବିରୋଧୀ ମେଣ୍ଟ କରିବାକୁ ଆହ୍ୱାନ ଦେଇଛନ୍ତି। ଆଉ ଏହାକୁ ନୀତୀଶ କୁମାର ନେତୃତ୍ବ ନେଇ ତୁଲାଉଛନ୍ତି ବୋଲି ଦେଖିବାକୁ ମିଳିଛି। ଏହି କ୍ରମରେ ଓଡ଼ିଶା ଆସୁଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। କିନ୍ତୁ ମହାରାଷ୍ଟ୍ରର ଏନସିପି ସୁପ୍ରିମୋଙ୍କ ଇସ୍ତଫା ନାଟକ ପରେ କୁହାଯାଉଥିଲା ଯେ ବିଜେପିକୁ ପରଦା ପଛରେ ରହି ସମର୍ଥନ କରିବାକୁ ଯାଇ ଶରଦ ପାଓ୍ୱାର ଏଭଳି କିଛି ଗୋଟି ଚଳାଉଥିଲେ। ହେଲେ ଏବେ ସେ ଏନସିପି ସଭାପତି ପଦରୁ ଇସ୍ତଫା ପତ୍ର ପ୍ରତ୍ୟାହାର କରିବା ପରେ ନୀତୀଶଙ୍କ ବିରୋଧୀ ଏକତା ଆଭିମୁଖ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଯେଉଁଥିରେ ସେ କହିଛନ୍ତି, ବିଜେପି ବିରୋଧୀ ମେଳିକୁ ସେ ସମର୍ଥନ କରିବେ। ଶରଦ ପାୱାର କହିଛନ୍ତି ଯେ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଅନେକ ଲୋକ କାମ କରୁଛନ୍ତି, ମୁଁ ମଧ୍ୟ ଏଥିରେ ସାହାଯ୍ୟ କରୁଛି। ମୁଁ ଯାହା କରିବି ତାହା କରିବି। ନୀତୀଶ କୁମାରଙ୍କ ସମେତ କିଛି ନେତାଙ୍କ ନାମ ନେଇ ଶରଦ ପାୱାର କହିଛନ୍ତି ଯେ କିଛି କାମ କରି ବିରୋଧୀ ଏକତାକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ଶରଦ ପାୱାରଙ୍କ ଏପରି ବିବୃତ୍ତିରୁ ସ୍ପଷ୍ଟ ସୂଚନା ମିଳିଛି ଯେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସେ କେଉଁ ଭୂମିକା ଗ୍ରହଣ କରିବେ। ଯେତେବେଳେ ଶରଦ ପାୱାର ଏନସିପି ସଭାପତି ପଦରୁ ଇସ୍ତଫା ଦେଇଥିଲେ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ. କେ ଷ୍ଟାଲିନ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସମେତ ଅନେକ ନେତା ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ମହାରାଷ୍ଟ୍ରରେ ମଧ୍ୟ ଏନସିପି ଉପସଭାପତି ପ୍ରଫୁଲ୍ଲ ପଟେଲ, ରାଜ୍ୟ ସଭାପତି ଜୟନ୍ତ ପାଟିଲ, ବିଧାୟକ ଜିତେନ୍ଦ୍ର ଆହାଦ କହିଛନ୍ତି ଯେ ଶରଦ ପାୱାର ହେଉଛନ୍ତି ଦେଶର ଏକମାତ୍ର ନେତା, ଯାହାଙ୍କ ନାମ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଲୋକ ଜାଣିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.