ଇଞ୍ଜିନିୟରଙ୍କ ଦରମା ୩୦ ହଜାର, ହେଲେ କୋଟିଏ ଟଙ୍କାର ଘର, ବିପୁଳ ସମ୍ପତ୍ତି

ଓଡ଼ିଆ ବାର୍ତ୍ତା/ ଭୋପାଳ: ମାସିକ ଦରମା ୩୦ ହଜାର, ହେଲେ ଅନ୍ୟାନ୍ୟ ରୋଜଗାର ମିଶାଇଲେ ୭ କୋଟି ।  ଏକ କୋଟିର କୋଠା ସହ ବିପୁଳ ସମ୍ପତ୍ତିର ଅଧିକାରିଣୀ  ।  ଏଇ ମହିଳା ଇଞ୍ଜନିୟରଙ୍କ ଘରେ ଯେତେବେଳେ ଲୋକାୟୁକ୍ତ ଛାପା ମାରିଥିଲେ ତାଙ୍କ ପାଖରେ ୨୩୨ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତିର ଠାବ ହୋଇଥିଲା । ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳର ଲୋକାୟୁକ୍ତ ପୋଲିସ ଗୁରୁବାର ହାଉସିଂ କୋପରେଶନ ପ୍ରଭାରୀ ତଥା ଆସିଷ୍ଟାଣ୍ଟ ଇଞ୍ଜିନିୟର ହେମା ମୀଣାଙ୍କ ଭୋପାଳ, ରାୟସେନ, ବିଦିଶାସ୍ଥିତ ଘରେ ଚଢାଉ କରିଥିଲା । ଚଢାଉ ଆରମ୍ଭରୁ ତାଙ୍କ ଘରୁ ପାଖାପାଖି ୭ କୋଟିର ସମ୍ପତ୍ତି ଠାବ କରାଯାଇଥିଲା । ଏହା ପରେ ଯାଞ୍ଚ ଜାରି ରହିଥିଲା । ଏହି ସମ୍ପତ୍ତିର ମୂଲ୍ୟ ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ଯାଞ୍ଚବେଳେ ଆହୁରି ଜଣାପଡିଛି, ହେମା ମୀଣା ତାଙ୍କ ବାପାଙ୍କ ନାଁରେ ଭୋପାଳସ୍ଥିତ ବିଲଖିରିୟା ଗ୍ରାମରେ ୨୦ ହଜାର ବର୍ଗଫୁଟର ଜମି କିଣିଛନ୍ତି । ଏହି ଜମି ଉପରେ ପ୍ରାୟ ଏକ କୋଟି ଟଙ୍କା ବିନିମୟରେ ଘର ତିଆରି କରିଛନ୍ତି । ଏହାବ୍ୟତୀତ ଭୋପାଳ, ରାୟସେନ, ବିଦିଶାର ବିଭିନ୍ନ ଗାଁରେ ଅନେଜ ଚାଷ ଜମି କିଣିଛନ୍ତି । ଏହାବ୍ୟତୀତ ତାଙ୍କ ପାଖରେ ହାର୍ଭେଷ୍ଟର, ଧାନବୁଣା ମେସିନ, ଟ୍ରାକ୍ଟର ଏବଂ ଅନ୍ୟ କୃଷି ଉପକରଣ ମଧ୍ୟ କିଣିଛନ୍ତି ।ହୀମା ବର୍ତ୍ତମାନ ୩୦ ହଜାର ଟଙ୍କା ଦରମା ପାଉଛନ୍ତି । ତାଙ୍କ ଘରୁ ଯେଉଁ ସମ୍ପତ୍ତି ଠାବ ହୋଇଛି ତାହା ତାଙ୍କ ଆାୟର ୨୩୨ ପ୍ରତିଶତ ଅଧିକ । ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଅଧିନିୟମ ଅନୁସାରେ ମାମଲା ରୁଜୁ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.