ଫନି ଦୁର୍ଗତଙ୍କ ପାଇଁ ସହଯୋଗର ହାତ ବଢାଇଲେ ଅମ୍ବାଦଲା ଅନୁସୂଚିତ ଜନଜାତି ଓ ଜାତି ଉଚ୍ଚ ବିଦ୍ୟାଳୟ କର୍ମଚାରୀ

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ୨୪ ହଜାର ୫୦୦ ଟଙ୍କା

ରାୟଗଡ,୧୨/୫ : ସାମୁଦ୍ରିକ ଝଡ ଫନି ବିଗାଡିଦେଇଛି ଉପକୂଳ ଓଡିଶାର ଚିତ୍ର । ଏହି ବାତ୍ୟା ଯୋଗୁଁ ବହୁ କ୍ଷୟ କ୍ଷତି ହେବାସହ ଅଣ୍ଟା ସଳଖି ପାରୁ ନାହାନ୍ତି ସେଠାକାର ସାଧାରଣ ଜନତା । ସେହି ବାତ୍ୟା ଦୂର୍ଗତଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି  ମୁନିଗୁଡା ବ୍ଲକ ଅଧିନସ୍ଥ ଅମ୍ବାଦଳା ଠାରେ ଥିବା ଅନୁସୂଚିତ ଜନଜାତି ଓ ଜାତି ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ।

ସହୃଦୟରେ “ଫନି” ବାତ୍ୟାର ଦୁର୍ଗତଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସି ନିଜ ନିଜ ଭିତରେ ଅର୍ଥ ସଂଗ୍ରହ କରି ସମୁଦାୟ ୨୪ ହଜାର ୫୦୦ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ରାୟଗଡ ଜିଲ୍ଲା ଶିକ୍ଷାଧିଶ ଶ୍ୟାମଘନ ଭୂୟାଁଙ୍କୁ ଏହି ଅର୍ଥ ପ୍ରଦାନ କରାଯାଇଛି ।

 

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.