ନୀଳାକ୍ଷୀ ରଥ
ନିଶାସକ୍ତ ହୋଇ ଦିନ ଦିନ ବାହାରେ ରହି ଘରର ରାସ୍ତା ଭୁଲିଯାଇଥିବା ପୁରୁଷଟି ଅପ୍ରତ୍ୟାଶିତ ଭାବରେ ଆସି ପଡ଼ିଗଲା ସ୍ତ୍ରୀର ପାଦଧରି । ପୁରୁଷ ପଣିଆର ସୌଧ ସତେଯେମିତି ଭୁଷୁଡ଼ିପଡ଼ିଥିଲା ଏକ ବଡ଼ ଭୂକମ୍ପରେ । ପରକୀୟା ପ୍ରୀତିରେ ଧୋକା ଖାଇ ସ୍ୱକୀୟା ପ୍ରୀତି ପାଖରେ ଶରଣ ପଶିଥିଲା ସେ । ବ୍ଲାକ୍ ମେଲିଂ ର ଶୀକାର ହୋଇଥିଲା । ପୁରୁଷଟିର ସମସ୍ତ ପାରିବା ପଣିଆ ସତେଯେମତି ଧୂଳିସାତ ହେଇଯାଇଥିଲା । ଅତ୍ୟନ୍ତ ଅସହାୟ ଶିଶୁଟି ପରି ମନେ ହେଉଥିଲା ସେ । ତାର ସାମାଜିକ ପ୍ରତିଷ୍ଠା ତାକୁ କ୍ଷୁର୍ଣ୍ଣ ହେବାର ଭୟ ତାକୁ ପଙ୍ଗୁ କରିପକାଇଥିଲା । ଆଉ ଦିନେ ଅସହାୟା ନିହାତି ଦୁର୍ବଳ,ଜବାବ ଦେଇପାରୁନଥିବା ସ୍ତ୍ରୀଟି ହଠାତ ପାଲଟିଯାଇଥିଲା ରକ୍ଷାକାରିଣୀ,ଅଭୟଦାତ୍ରୀ,ମାଁ ଦୁର୍ଗା । ସ୍ଥିର, ଦୃଢ କଣ୍ଠରେ ସେ ରକ୍ଷା କରିବାର ପ୍ରତିଶୃତି ଦେଇଥିଲା ଆଉ ଉଦ୍ଧାରର ସମସ୍ତ ଦାୟିତ୍ୱ ଉଠାଇ ନେଇଥିଲା ଅନାୟାସରେ, କିଛି ଦିନ ପୂର୍ବରୁ ଅତ୍ୟାଚାରିତ,କ୍ଷତାକ୍ତ ଅଙ୍ଗୁଳି ଉପରେ ହାତ ବୁଲାଉ ବୁଲାଉ ହୃଦୟ ଭିତରେ ପୁରୁଷଠାରୁ ପାଇଥିବା କ୍ରମାଗତ ଅବହେଳା, ଅନାଦର, ଅପମାନ ଦ୍ୱାରା ସୃଷ୍ଟି ହୋଇଥିବା ଆବର୍ଜନାର ସ୍ତୁପ ଉପରେ ମଖମଲି ଚାଦରଟିଏ ଢାଙ୍କିଦେଇ ।
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇