ଖଜୁରୀ ତାଡି ମାଠିଆରେ ସାପ

ସୋନପୁର,୧୨/୫ : ସୁବର୍ଣ୍ଣପୁର ଜିଲା ବିଶିଡା ଗାଁ ପୋଖରୀ ହୁଡାରେ ଥିବା ଖଜୁରୀ ଗଛରେ ତାଡି ବାହାର ପାଇଁ ଲଗାଯାଇଥିବା ମାଠିଆରେ ସାପ ଦୃଶ୍ୟମାନ ହେବା ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁସାରେ ବିଶିଡା ପୋଖରୀ ହୁଡାରେ ଥିବା ଏକ ଖଜୁରୀ ଗଛରୁ ତାଡି ବାହାର ପାଇଁ କେହି ଜଣେ ମାଠିଆ ଝୁଲାଇଥିଲେ । ସକାଳୁ ମାଠିଆରୁ ଏକ ବିଷଧର ସାପ ବାହାରକୁ ବାହାରୁଥିଲା । ଏହି ଦୃଶ୍ୟକୁ ସ୍ଥାନୀୟ ଲୋକେ ମୋବାଇଲରେ ଫଟୋ ଉଠାଇ ଭାଇରାଲ କରିବା ପରେ ଚର୍ଚ୍ଚା ଜୋର୍ ଧରିଛି । ଖଜୁରୀ ଗଛରୁ ତାଡି ବାହାର କରିବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଖଜୁରୀ ଗଛ ଉପରେ ମାଠିଆ ଝୁଲାଇ ତାଡି ସଂଗ୍ରହ କରାଯାଉଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ମାଠିଆ ଭିତରେ ବିଷଧର ସର୍ପ ପଶିଥିବାରୁ ଏଥିରୁ ବାହାରିଥିବା ତାଡି କେତେ ବିଷମୁକ୍ତ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଏକ ସମ୍ବେଦନଶୀଳ ଦୃଶ୍ୟର ତଦନ୍ତ କରି ପ୍ରଶାସନ ଆବଶ୍ୟକ ପଦକ୍ଷେଦପ ଗ୍ରହଣ କରିବାକୁ ଦାବି ହେଉଛି ।

 

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.