ଜାତୀୟ ଓ ଏସିଆନ ରେକର୍ଡ ଭଙ୍ଗ କଲେ ଶଟପୁଟର ତେଜିନ୍ଦର ପାଲ ସିଂ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୨୦୧୮ ଏସିଆନ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ତେଜିନ୍ଦର ପାଲ ସିଂ ଟୁର ସୋମବାର ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ଆନ୍ତଃରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ସେ ୨୧.୭୭ ମିଟର ଦୂରତାକୁ ଶଟପୁଟ ଥ୍ରୋ କରି ଏହି ରେକର୍ଡ ସ୍ଥାପନ କରିଛନ୍ତି । ସେ ଏଥିସହ ନୂତନ ଏସିଆନ ରେକର୍ଡ ସ୍ଥାପନ କରିଛନ୍ତି । ଏହି ଚମତ୍କାର ପ୍ରଦର୍ଶନ ସହାୟତାରେ ତେଜିନ୍ଦର ସହଜରେ ଆଗାମୀ ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ୨୦୨୩ରେ ତେଜିନ୍ଦର ଇଣ୍ଡିଆନ ଓପନ ଥ୍ରୋ କମ୍ପିଟେଶନରେ ୧୯.୯୫ ମିଟର, ଇଣ୍ଡିଆନ ଗ୍ରାଁ ପ୍ରିରେ ୧୯.୭୬, ଇଣ୍ଡିଆନ ଗ୍ରାଁ ପ୍ରି ୨୧.୨୦, ନ୍ୟାଶନାଲ ଫେଡେରେଶନ କପ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପରେ ୨୦.୪୨, ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିୟନଶିପରେ ୧୯.୪୯ ମିଟର ଦୂରତାକୁ ଥ୍ରୋ କରିଥିଲେ । ଏହି ସମସ୍ତ ଚାମ୍ପିୟନଶିପରେ ସେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଏସିଆନ ଗେମ୍ସରେ ତେଜିନ୍ଦରଙ୍କଠାରୁ ଭାରତ ଏକ ନିଶ୍ଚିତ ସ୍ୱର୍ଣ୍ଣ ପଦକ ଆଶା କରୁଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.