କୋକସରା,୧୬/୫, କଳାହାଣ୍ଡି ଜିଲ୍ଲା କେକସରା ବ୍ଲକ ଅନ୍ତର୍ଗତ ଗମ୍ଭାରୀଗୁଡା ଗ୍ରାମ ପଞ୍ଚାୟତ ଗାମ୍ଭାରୀଗୁଡା ଗୋନ୍ତିଆପାଡାରେ ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଅନେକ ଦିନରୁ ଏହି ଡ୍ରେନକୁ ସଫା ସ କାରାନଯିବାରୁ ଅଖପାଖରେ ବିଭିନ୍ନ ଆବର୍ଜନା, ନଦ୍ଦମା ଜମି ଦୁର୍ଗନ୍ଧ ଏବଂ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଆହୁରି ମଧ୍ୟ ଡ୍ରେନରେ ଅଲିଆ ଆବର୍ଜନା ପୁରି ରହିଥିବା ସମୟରେ ରାସ୍ତା ଉପରେ ପାଣି ବୋହୁଥିବା ଦେଖିବାକୁ ମିଲିଛି ।
ଏହି ଡ୍ରେନ୍ କୁ ଅନେକ ଦିନରୁ ସଫା କରିବା ପାଇଁ ପ୍ରଶାସନ ପାଖରେ ପଡାବାସୀ ଜଣାଇ ଆସୁଥିଲେ ହେଁ କେହି କର୍ଣ୍ଣପାତ କରୁନଥିବା ଜନ୍ମେଜୟ ଯାଦବ, କଲ୍ପେଶ୍ୱର ଭାଟି, ଶ୍ୟାମ ସୁନ୍ଦର ବାରୀକ, ଲୋକନାଥ ଲହଜଲ, ରାମେଶ୍ୱର ତାଣ୍ଡି, ଶେଷଦେବ ଦାସ, ଲକ୍ଷ୍ମଣ ନାୟକ, ଶେଷଦେବ ମାଝୀ, ହରିଶ୍ଚନ୍ଦ୍ର ଲହଜଲ, ଭାରତ ନିଆଲ ପ୍ରମୂଖ ପ୍ରକାଶ କରିଛନ୍ତି । ଏଭଲି ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟାବସ୍ଥା ଯୋଗୁଁ ଗତବର୍ଷ ନିକଟସ୍ଥ ଳଡୁଗାଁ ପଞ୍ଚାୟତରେ ଏକାଧିକ ଲୋକେ ଡେଙ୍ଗୁ ଜ୍ୱରରେ ପୀଡିତ ହୋଇ ସେଠାକାର ପରିସ୍ଥିତି ସଙ୍ଗିନ ହୋବା ସହ ଡେଙ୍ଗୁ ଅଣାୟତ ହୋଇ ପ୍ରଶାସନର ନିଦ ହଜେଇ ଦେଇଥିଲା ।
ଏଠାରେ ମଧ୍ୟ ବେଳ ଥାଉଥାଉ ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥାର ସୁଧାର କରାନଗଲେ ଳଡୁଗାଁ ଭଲି ପରିସ୍ଥିତି ଉପୁଯିବ ବୋଲି ଆଶଙ୍କା ରହିଛି । ଏନେଇ କୋକସରା ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ହେ ଯୋଗାଯୋଗ ସମ୍ଭବ ନ ହେବାରୁ ପ୍ରତିକ୍ରିୟା ମିଳି ପାରି ନାହିଁ । ତୁରନ୍ତ ବ୍ଲକ ପ୍ରଶାସନ ଏଥି ପ୍ରତିଦୃଷ୍ଟି ଦେବା କୁ ଦାବି ହେଉଛି ।
କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇