ରାୟଗଡ,୧୬/୫ : କଳାହାଣ୍ଡି ଜିଲ୍ଳା ସୀମାନ୍ତବର୍ତି ବିଜେପୁର ଥାନା ଅନ୍ତର୍ଗତ ବିଜେପୁର-ତ୍ରିଲୋଚନପୁର ରାସ୍ତା କଡରୁ ୯କେଜିର ଆଇଇଡି ବୋମା ଉଦ୍ଧାର କରି ନିଷ୍କ୍ରିୟ କରି ଦେଇଛି ରାୟଗଡର ୪ର୍ଥ ବାଟାଲିୟନ ସିଆରପିଏଫ । ଏ ନେଇ ୪ର୍ଥ ବାଟାଲିୟନ ସିଆରପିଏଫ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଗତ ୧୧ତାରିଖ ଦିନ ଉକ୍ତ ରାସ୍ତାରେ ମାଓବାଦୀ ସଂଗଠନ ପକ୍ଷରୁ ଯବାନଙ୍କୁ ଟାର୍ଗେଟ କରି ଆଇଇଡି ବୋମା ବ୍ଳାଷ୍ଟ କରାଯାଇଥିଲା । ତେବେ ସେଥିରେ କାହାର କିଛି କ୍ଷୟକ୍ଷତି ହୋଇ ନ ଥିବା ବେଳେ ୪ର୍ଥ ବାଟାଲିୟନ ସିଆରପିଏଫର ଡେପୁଟି କମାଣ୍ଡଡେଂଟ ଅଶୋକ ପି.ଏମ୍.ଙ୍କ ନେତୃତ୍ୱରେ ଗୁରୁବାର ମେ’୧୬ତାରିଖ ସକାଳ ୬ଟାରୁ ଏହି ରାସ୍ତାରେ ପୁଣି ଥରେ ଯବାନଙ୍କ ଟ୍ରୁପ୍ସ ଆଗେଇଥିଲା । ବିଜେପୁର-ତ୍ରିଲୋଚନପୁର ମଧ୍ୟରେ ଥିବା ଆମ୍ବଗୁଡା ଗ୍ରାମ ନିକଟ କଚ୍ଚା ରାସ୍ତାରେ ୧୦ଟା ୪୨ମିନିଟ୍ ରେ ଯବାନଙ୍କ ଟ୍ରୁପ୍ସ ପଂହଚିବା ସମୟରେ ସାଥିରେ ଥିବା ଅନୁସନ୍ଧାନୀ କୁକୁର ମିକି ଏକ ସନ୍ଦେହୀ ସାମଗ୍ରୀ ଠାବ କରିଥିଲା ।
ତେବେ ତାହା ମେଟାଲ ଡିକ୍ଟେଟର ସାହାର୍ଯ୍ୟରେ ଯାଂଚ ପରେ ଏକ ଆଇଇଡି ବୋମା ବୋଲି ଜଣାପଡିଥିଲା । ଏହାପରେ ଯବାନମାନେ ଉକ୍ତ ଅଂଚଳରେ କର୍ଡନ କରି ହେଡ୍ କ୍ୱାଟର୍ସ କରିବା ପରେ କମାଣ୍ଡଡେଂଟ ଶ୍ରୀ ଅଶୋକ ସିଆରପିଏଫ ହେଡ୍ କ୍ୱାଟର୍ସକୁ ଜଣାଇଥିଲେ । ବୋମା ତଦାରଖ କରିବ ସମୟରେ ବୋମା ମିଶ୍ରିତ ସାମଗ୍ରୀଗୁଡିକକୁ ଠାବ କରାଯାଇଥିଲା । ଘଟଣାସ୍ଥଳରେ ସିଆରପିଏଫ ୟୁନିଟର ବୋମା ନିଷ୍କ୍ରୟକାରୀ ଦଳ (ବିଡିଡି)ପଂହଚିବା ପରେ ଠାବ ହୋଇଥିବା ୯କେଜିର ଆଇଇଡି ବୋମାରେ ବ୍ୟବହୃତ ବିସ୍ପୋରକକୁ ଧ୍ୱସ୍ତ କରିଥିଲେ । ତେବେ ପୁଣିଥରେ ମାଓବାଦୀମାନେ ସୁରକ୍ଷାକର୍ମୀ ଯବାନ ମାନଙ୍କୁ ଟାର୍ଗେଟ କରି ଏହି ଆଇଇଡି ବୋମା ଖଂଜିଥିବା ସିଆରପିଏଫ ପକ୍ଷରୁ ଅନୁମାନ କରାଯାଇଛି ।
ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇