ନିଷାଣପୁର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ଋଣ ବିଷୟରେ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନିଷାଣପୁର ଗ୍ରାମ ପଞ୍ଚାୟତ ଅଫିସ ପାର୍ଶ୍ଵରେ ମିଶନଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତିର ବ୍ଲକ ସଂଯୋଜକ ରୋହିତ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ନିଷାଣପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ନେଇ ଆଜି ଶୁକ୍ରବାର ପୂର୍ବହ୍ନ ୧୦ ଘଣ୍ଟା ସମୟରେ ମିଶନ ଶକ୍ତି ଆନୁକୂଲ୍ୟରେ ଏହି ବ୍ୟାଙ୍କ ଋଣ ଲେନଦେଣ କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ୱଳନ କରିବା ସହ ମାର୍ଗଦର୍ଶନ ଦେଇଥିଲେ । ପ୍ରଥମେ ଶ୍ରୀ ବିଶ୍ୱାଳ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ ଓ ଆର୍ଥିକ ମାନଦଣ୍ଡରେ ମହିଳା ମାନେ ସୁଦୃଢ ହେବାପାଇଁ ରହିଥିବା ପ୍ରୟାସ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ଏହାବାଦ ରାଜ୍ୟ ସରକାରଙ୍କ ମମତା ଯୋଜନା, ହରିଶ୍ଚନ୍ଦ୍ର ଯୋଜନା, ମୋ ଘର ଯୋଜନା ବିଷୟ ଗୁଡିକ ଉପରେ କହିବା ସହ ରାଜ୍ୟ ସରକାରଙ୍କର ଏଭଳି ଜନ ହିତକର ଯୋଜନାରେ ଲୋକେ ଉପକୃତ ହେଉଥିବାରୁ ସେ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିଷାଣପୁର ସରପଞ୍ଚ, ସମିତି ସଦସ୍ୟ ଆଇସିଡିଏସ କର୍ମଚାରୀ ପ୍ରମୁଖ ମଞ୍ଚସୀନ ରହି ମାର୍ଗ ଦର୍ଶନ ଦେଇଥିଲେ । ନିଷାଣପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ, ସିଆରପି, ଏମବିକେ ଓ ବ୍ୟାଙ୍କ ମିତ୍ର ମାନଙ୍କୁ ନେଇ ଏହି ସଚେତନତା କାର୍ଯ୍ୟକ୍ରମରେ ମିଶନ ଶକ୍ତି ଅଧିନସ୍ଥ ସ୍ୱୟଂ ସହାୟକ ଗୋଷ୍ଠୀର ଗୁଡିକ ବ୍ୟାଙ୍କରୁ କିଭଳି ଭାବରେ ଋଣ ପାଇ ପାରିବେ ଏବଂ ଋଣ କୁ କିଭଳି କିସ୍ତି ଆକାରରେ ପରିଷୋଧ କରିବେ ସେ ବିଷୟରେ ବିସ୍ତୃତ ଭାବରେ ବୁଝାଇ ଦିଆଯିବା ସହ ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ସଚେତନତା କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ବ୍ଲକ ସଂଯୋଜକ ଶ୍ରୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.