ଶିକ୍ଷକଙ୍କୁ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଆମପାଣି ବୁଢାରଜା ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଅଶ୍ବିନୀ କୁମାର ଦାସଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଅବସର କାଳୀନ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଜିତେନ୍ଦ୍ର ପଣ୍ଡା, ଲକ୍ଷପତି ମାଝୀ, ବୈଷ୍ଣବ ମୁଣ୍ଡ, ଚିତ୍ତରଞ୍ଜନ ଠାକୁର, ସିଆରସିସି ପ୍ରମୋଦ କୁମାର ପୁରୋହିତ, ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ ପ୍ରମୁଖ ମଞ୍ଚାସୀନ ହେଇଥିଲେ। ଅନ୍ୟତମ ଅତିଥି ଭାବେ ବି.ଭାସ୍କର ରାଓ, ଦୟାନିଧି ନାଏକ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ବିଦାୟ ଶିକ୍ଷକ ଶ୍ରୀଦାସଙ୍କ ସହିତ ବିଦ୍ୟାଳୟରେ ବିତେଇ ଥିବା ସମୟ ଓ ଶିକ୍ଷାଦାନର ଅତୁଳନୀୟ କଥାକୁ ବଖାଣିଥିଲେ। ସେହିପରି ଅତିଥି ମାନେ ମଧ୍ୟ ଶ୍ରୀଦାସଙ୍କ ଏହି ବିଦ୍ୟାଳୟରେ ରହିଥିବା ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ, ଏବଂ ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରି ଏହି ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଶିକ୍ଷକ ଠାରୁ ଆରମ୍ଭ କରି ଡାକ୍ତର ଓ ଇଞ୍ଜିନିୟର ହୋଇ ପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଦାସଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କର ଅବସର ଜୀବନ ସୁଖ ଓ ସୁସ୍ଥ ଜୀବନ ହେଉ ବୋଲି କାମନା କରିଥିଲେ। ମଞ୍ଚକୁ ଖେଳ ଶିକ୍ଷକ ଲୋକନାଥ ରାଉତ ପରିଚାଳନା କରିଥିଲେ। ଶିକ୍ଷକ ବିଶ୍ବମ୍ବର ଧଙ୍ଗଡାମାଝୀ, ସରୋଜ କୁମାର ତାଣ୍ଡି, ଅମୂଲ୍ୟ କୁମାର ନାଏକ, ଲିଜ୍ୟାନନ୍ଦ ସାହୁ, ଦୟାସଂଗ ନାଏକ, ମନ୍ଦାକିନୀ ନାଏକ, ସରୋଜ କୁମାର ପତିହାରୀ, ସୁରେନ୍ଦ୍ର ଗଣ୍ଡ, ହିମାଂଶୁ ମହାନନ୍ଦ, ତପନ କୁମାର ମେହେର, ଦୁକ୍ଷେତ୍ର ମାଝୀ, କର୍ମଚାରୀ ଗୋପ ନାଏକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଶେଷରେ ସମାଜସେବୀ ତ୍ରିନାଥ ପ୍ରଶନ୍ନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.