ବମ୍ପର ବୋନସ : ସନ୍ତାନ ଜନ୍ମ କଲେ ବଢିବ ଦରମା

ଓଡ଼ିଆ ବାର୍ତ୍ତା/ ବେଜିଂ: ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । ହେଲେ ଜନସଂଖ୍ୟା କମି ଯାଉଥିବା ନେଇ ଚିନ୍ତାରେ ସରକାର । ସେଥିପାଇଁ ଜନସଂଖ୍ୟ ବୃଦ୍ଧି ଲାଗି ନିଆ ଯାଉଛି ପଦକ୍ଷେପ ।  ଅଧିକ ସନ୍ତାନ ଜନ୍ମ ପାଇଁ ଲୋକଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ଏଥିପାଇଁ ଘରୋଇ କମ୍ପାନୀମାନେ ବି ଆଗେଇ ଆସିଛନ୍ତି । ଆଜ୍ଞା ହଁ, ଆମେ କହୁଛି ଚୀନର କଥା । ଏଠାରେ ଜନସଂଖ୍ୟା ଦିନକୁ ଦିନ କମି ଯାଉଥିବାରୁ ଭାଳେଣି ପଡିଲାଣି । ତେଣୁ ଅଧିକ ସନ୍ତାନ ଜନ୍ମ ପାଇଁ କର୍ମଚାରୀଙ୍କୁ ସ୍ୱତନ୍ତ୍ର  ବୋନସ ଦେବା ଲାଗି ଘୋଷଣା କରିଛି ଏକ ଚାଇନା କମ୍ପାନୀ ।

Omkar Vasthu
Omkar Vasthu

ଚାଇନାର ଏକ କମ୍ପାନୀ ତାର କର୍ମଚାରୀମାନଙ୍କୁ ସନ୍ତାନ ଜନ୍ମ ଦେଲେ ସବସିଡି ଦେବ ବୋଲି ଘୋଷଣା କରିଛି । ଏହି କମ୍ପାନୀ ୧ ବିଲିୟନ ୟୁଆନ ବା ୧୩୮ ମିଲିୟନ ଡଲାରର ନୂଆ ଚାଇଲଡ କେୟାର ସବସିଡି  ଦେବ ବୋଲି ଘୋଷଣା କରିଛି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୧୧, ୪୮, ୮୭,୦୮, ୦୦୦ ଟଙ୍କା । Trip.Com ନାମକ ଏହି କମ୍ପାନୀରେ ତିନି ବର୍ଷ କାମ  କରିଥିବା କର୍ମାଚାରୀଙ୍କୁ ଏହି ସବସିଡି ଯୋଗାଇ ଦେବ ।  ସନ୍ତାନ ଜନ୍ମ ପରେ ପ୍ରଥମ ଜନ୍ମଦିନରୁ ଆରମ୍ଭ କରି ୫ ବର୍ଷ ପର୍ଯନ୍ତ ପ୍ରତ୍ୟେକ ପ୍ରତି ଜନ୍ମଦିନରେ ୧୦ ହଜାର ୟୁଆନ ବା ୧, ୧୧,୧୭୮.୪୪ ଟଙ୍କା ବୋନସ କର୍ମଚାରୀଙ୍କୁ ମିଳିବ । ଏଠି କହିରଖିବୁ, ବିଶ୍ୱର ସବୁଠାରୁ ବଡ ଅନଲାଇନ ଟ୍ରାଭେଲ ଏଜେନ୍ସି ହେଉଛି Trip.Com ।

Pearl dental clinic
Near Ashish Medical Store, Bhawanipatna

Trip.Com   ଏକ ବିବୃତ୍ତିରେ କହିଛି ଲିଙ୍ଗ, ପଦବୀ ଏବଂ ଚାକିରି ଅବସ୍ଥାନ ନିର୍ବିଶେଷରେ  ତିନି ବର୍ଷ ଧରି କାର୍ଯ୍ୟ କରିଥିବା ସମସ୍ତ ପୂର୍ଣ୍ଣକାଳୀନ କର୍ମଚାରୀ ଏହି ବୋନସ୍ ପାଇବାକୁ ଯୋଗ୍ୟ ବିବେଚିତ ହେବେ।

Udyog Nursery
Udyogi Nursery

ଖାଲି Trip.Com  ନୁହେଁ, ଏମିତି ଅନେକ ଚାଇନା କମ୍ପାନୀ ସେମାନଙ୍କ କର୍ମଚାରୀଙ୍କ ପାଇଁ ଏଭଳି ଯୋଜନା ଘୋଷଣା କରିଛନ୍ତି। ବାସ୍ତବରେ ଚୀନ୍ ଜନସଂଖ୍ୟା ସଙ୍କଟ ଦେଇ ଗତି କରୁଛି | 60 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚୀନର ଜନସଂଖ୍ୟା ହ୍ରାସ ପାଇଛି ଏବଂ ଶତାବ୍ଦୀର ଶେଷ ଭାଗରେ ଏହା ଅଧା ହେବାକୁ ଯାଉଛି | ଜାତୀୟ ଜନ୍ମ ହାର ରେକର୍ଡ ପ୍ରତି 1000 ଲୋକଙ୍କ ପ୍ରତି 6.77 ରେ ପହଞ୍ଚିଛି। ସୂଚନାଥାଉ କି, ଦଶନ୍ଧି ଧରି ଚୀନରେ ଗୋଟିଏ ସନ୍ତାନ ନୀତି ଲାଗୁ କରାଯାଇଥିଲା । ହେଲେ ଏହାକୁ ୨୦୧୫ରେ ଶେଷ କରି ଦିଆ ଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.