ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ରେଗେଡା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟଦେଶ ପାଇଥିବା ହିତାଧିକାରୀ ସରୋଜିନୀ ସାହୁଙ୍କ ଭୂମି ପୂଜନ ଓ ଶପଥଗ୍ରହଣ କାର୍ଯ୍ୟକ୍ରମ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସୂଚରିତା ମୁଗ୍ରୀ, ସରପଞ୍ଚ ଦିପ୍ତିରାଣୀ ସାହୁ, ବିପିସି ଆର୍ଣ୍ନଵ ପ୍ରସାଦ ସିଂ ଦେଓ, ପିଇଓ ବସନ୍ତ କୁମାର ମିଶ୍ର, ନାଏବ ସରପଞ୍ଚ ସନ୍ଧ୍ୟା ବାଗ, ସମିତି ସଭ୍ୟା ଗେଳ କମ୍ଫ, ଗ୍ରାମ ରୋଜଗାର ସେବକ ଛାୟାକାନ୍ତ ସାହୁ, ଜିଓ ଟେଗ ସୁଶାନ୍ତ ସାହୁ, କନିଷ୍ଠ ଯନ୍ତ୍ରୀ ଲଳିନ୍ଦ୍ର କିଶାନ ପ୍ରମୁଖ ଯୋଗଦେଇ ହିତାଧିକାରୀମାନଙ୍କ ସହିତ ପ୍ରଶାସନ ଭୂମି ପୂଜନ ଓ ଶପଥ ପାଠ ଗ୍ରହଣ କରିଥିଲେ।