ବେଦାନ୍ତ ଆଲୁମିନିୟମ ଭାରତର ସର୍ବବୃହତ ବୈଦ୍ୟୁତିକ ଫର୍କଲିଫ୍ ଫୁଟର କାର୍ଯ୍ୟରେ ବ୍ୟବହାରକୁ ବିସ୍ତାର କରିଛି

ଏଥିରେ ଭାରତର ସର୍ବପ୍ରଥମ ୧୦ଟନ୍‌ ବୈଦ୍ୟୁତିକ ଫର୍କଲିଫ୍ ଅନ୍ତର୍ଭୁକ୍ତ, ଓଡ଼ିଶାର ଝାରସୁଗୁଡାରେ କମ୍ପାନୀର କାର୍ଯ୍ୟରେ ନିୟୋଜିତ କରିଛି 

ଇଭି ଫର୍କଲିଫ୍ ଫୁଟଗୁଡିକ ବର୍ତମାନ କମ୍ପାନୀର ବାଲକୋ (ଛତିଶଗଡ) ଏବଂ ଇଞ୍ଜିଗଡ (ଓଡ଼ିଶା) ୟୁନିଟରେ ବ୍ୟବହୃତ ହୋଇଛି 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର (ନିଲେଶ କୁମାର ନାଗ): ଭାରତରେ ଆଲୁମିନିୟମର ସର୍ବବୃହତ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ବର୍ତମାନ ଭାରତର ସର୍ବବୃହତ ବୈଦ୍ୟୁତିକ ଲିଥୁୟମ-ଆୟନ ଫର୍କଲିଫ୍ଟର ବ୍ୟବହାର କରିଛି ଏବଂ ମୋଟ ୪୪ ଟି ୟୁନିଟ୍‌ ବର୍ତମାନ ଓଡିଶା ଏବଂ ଛତିଶଗଡରେ ଏହାର କାର୍ଯ୍ୟରେ ନିୟୋଜିତ ହୋଇଛି । କମ୍ପାନୀ ନିକଟରେ ଭାରତର ପ୍ରଥମ ୧୦ ଟନ୍‌ ଇଲେକ୍ଟ୍ରିକ୍ ଲିଥ୍ୟମ୍-ଆୟନ ଫର୍କଲିଫ୍କୁ ଏହାର ମେଗ ଆଲୁମିନିୟମ୍‌ ସ୍ମେଲଟର ଝାରସୁଗୁଡା, ଓଡ଼ିଶାରେ ମଧ୍ୟ ନିୟୋଜିତ କରିଛି । ଏଥିସହ ଏହା ପ୍ରଥମ ଥର ପାଇଁ ଓଡିଶାର ଲାଞ୍ଜିଗଡ଼ରେ ଥିବା ବିଶ୍ବସ୍ତରୀୟ ଆଲୁମିନା ରିଫାଇନାରୀରେ ଏବଂ ଛତିଶଗଡର କୋରବା ଠାରେ ଅବସ୍ଥିତ ଭାରତର ପ୍ରତିଷ୍ଠିତ ଆଲୁମିନିୟମ୍ ଉତ୍ପାଦକ ୩-ଟନ୍ ଏବଂ ୫ ଟନ୍ ଇଲେକ୍ଟ୍ରିକ୍ ଫର୍କଲିଫ୍ଟର ମଧ୍ୟ ବ୍ୟବହାର କରିଛି ।

Omkar Vasthu
Omkar Vasthu

ଏହି ଗତି ବେଦାନ୍ତ ଆଲୁମିନିୟମ୍ ର କାର୍ଯ୍ୟର ସ୍ଥାୟୀ ପ୍ରକୃତିକୁ ବଢାଇଥାଏ । ଗିୟର (ଜେମିନି ଇକ୍ୟୁପମଂଟ ଆଣ୍ଡ ରଂଟାଲସ ପ୍ରା.ଲି) ଭାରତ ଏବଂ ଟାରନ୍ ଲିଫ୍ ଆଣ୍ଡ ମୁଭ୍ ସହଯୋଗରେ ନିଆଯାଇଛି, ଯାହାକି ବେଦାନ୍ତ ଆଲୁମିନିୟମ୍‌ ଦ୍ୱାରା ଏହାର ଶିଳ୍ପ ଯାନବାହାନ ଚଳାଚଳ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଅଟେ । ସେମାନଙ୍କର ଦ୍ରୁତ ଏବଂ ନିରାପଦ ବ୍ୟାଟେରୀ ଚାକିଂ କ୍ଷମତା ସହିତ ଫର୍କଲିଫ୍‌ଗୁଡିକ କାର୍ଯ୍ୟକ୍ଷମ ଦକ୍ଷତାକୁ ଉନ୍ନତ କରିବା ସହିତ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ଇନ୍ଧନ ଖର୍ଚ୍ଚ ହ୍ରାସ କରିବାରେ ମହତ୍ଵପୂର୍ଣ ଅବଦାନ ପ୍ରଦାନ କରିଥାଏ ତତସହିତ ୨୦୫୦ ସୁଦ୍ଧା ନିଟ୍ ଶୂନ କାର୍ବନ ନିର୍ଗମନ ଲକ୍ଷ୍ୟରେ ବେଦାନ୍ତ ଆଲୁମିନିୟମ୍‌ର ଲକ୍ଷ୍ୟ ପୂରଣ କରିବାକୁ ଏକ ଗୁରୁତ୍ୱପୂଣ୍ଣ ଭୁମିକା ଗ୍ରହଣ ମଧ୍ୟ କରିଛି ।

Pearl dental clinic
Near Ashish Medical Store, Bhawanipatna

ଇଲେକ୍ଟ୍ରିକ୍ ଲିଥୁମ୍-ଆୟନ ଫର୍କଲିଫ୍ଟର ବ୍ୟବହାର କମ୍ପାନୀର କାର୍ବନ ଫୁଟ୍ ଫୁଟକୁ ଯଥେଷ୍ଟ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

Udyog Nursery
Udyogi Nursery

• ଗ୍ରୀନ୍‌ହାଉସ୍ ଗ୍ୟାସ୍‌ ନିର୍ଗମନର ଏକ ସମ୍ଭାବ୍ୟ ହ୍ରାସ ବାର୍ଷିକ ପ୍ରାୟ ୧,୬୦୦ ଟନ୍ ସିଓ୨ ସହ ସମାନ । କେବଳ ୧୦ ଟନ୍‌ ଫର୍କଲିଫ୍ ବର୍ଷକୁ ୮୫ ଟନ୍ ସିଓ୨/ ଯାନବାହାନରେ ନିର୍ଗମନକୁ ହ୍ରାସ କରେ ।

ବର୍ଷକୁ ୫.୧ ଲକ୍ଷ ଲିଟରରୁ ଅଧିକ ସଂଚୟ ସହିତ ଡିଜେଲ ବ୍ୟବହାରକୁ ଯଥେଷ୍ଟ ହ୍ରାସ କରିଥାଏ ।

କମ୍ପାନୀ ୨୦୩୦ ସୁଦ୍ଧା ଏହାର ହାଲୁକା ମୋଟର ଯାନ (ଏଲଏମଭି) ଫୁଟର ୧୦୦% ଏବଂ ୨୦୩୫ ସୁଦ୍ଧା ୭୫% ଖଣି ଫୁଟର ଡିକର୍ବୋନାଇଜ୍ କରିବାକୁ ପ୍ରତିଶ୍ରୁତି ଦେଇଛି । ଆର୍ଥିକବର୍ଷ୨୩ରେ ବେଦାନ୍ତ ଆଲୁମିନିୟମ୍ ଘରୋଇ ଉତ୍ପାଦନ ଶିଳ୍ପ ପାଇଁ ଏକ ଅଗ୍ରଦୂତ ଭାବରେ ଝାରସୁଗୁଡାସ୍ଥିତ କାରଖାନାରେ ୨୭ଟି ଫର୍କଲିଫ୍ଟ ବ୍ୟବହାର କରି ବିଶ୍ବର ବୃହତମ ଆଲୁମିନିୟମ୍ ସ୍ମେଲଟରମାନଙ୍କ ମଧ୍ୟରେ ଉଭା ହୋଇଛି । ଏହା ସେହି ସମୟରେ ଦେଶର ସର୍ବବୃହତ ଇଭି ଫର୍କଲିଫ୍ ଫୁଟ ଭାବରେ ଉଭା ହୋଇଥିଲା ଏବଂ କମ୍ପାନୀ ଏହାର ପାଂଟଗୁଡିକର ଫୁଟ ଆକାରକୁ ଚଳିତ ବର୍ଷ ୪୪ୟୁନିଟକୁ ବୃଦ୍ଧି କରିଛି, ପ୍ରଥମ ଫୁଟର ଫଳସ୍ବରୂପ ମହତ୍ଵପୂର୍ଣ ଡିକାର୍ବୋନାଇଜେସନ୍ ଲାଭ ଦ୍ବାରା ଏହା ଉତ୍ସାହିତ ହୋଇଛି ।

କାର୍ଯ୍ୟରେ ଉନ୍ନତ ନିରାପତା ଏବଂ ଦକ୍ଷତା ନିଶ୍ଚିତ କରିବାକୁ, ଏହି ଫର୍କଲିଫ୍ଟଗୁଡିକ ଆଓଟି- ଆଧାରିତ ‘ସ୍ମାର୍ଟ ଫ୍ଲାଇଟ୍ ମ୍ୟାନେଜମଂଟ ସିଷ୍ଟମ୍ ସହିତ ସକ୍ଷମ ହୋଇଛି । ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ଫର୍କଲିଫ୍ କାର୍ଯ୍ୟଦକ୍ଷତାର ରିଅଲ-ଟାଇମ ମନିଟରିଂ ପାଇଁ ଅନୁମତି ଦେଇଥାଏ, ଭବିଷ୍ୟବାଣୀ ରକ୍ଷଣାବେକ୍ଷଣକୁ ସକ୍ଷମ କରିଥାଏ ଏବଂ ସାଇଟରେ ସର୍ବୋଚ୍ଚ ସୁରକ୍ଷା ମାନକୁ ନିଶ୍ଚିତ କରିଥାଏ । ଅଧ୍ଵକନ୍ତୁ, ସେଗୁଡିକ ଫରୱାର୍ଡ ଏବଂ ରିଭର୍ସ କ୍ୟାମେରା ସହିତ ସଜ୍ଜିତ ହୋଇଛି, ଅପରେଟରମାନଙ୍କ ପାଇଁ ସମ୍ପୂର୍ଣ ଦୃଶ୍ୟମାନତା, ରେଡ୍-ଜୋନ୍‌ ଲାଇଟ୍ ଏବଂ ନୀଳ ସ୍ତଟ୍ ଲାଇଟ୍ ଯାହା ଫର୍କଲିଫ୍ ଚାରିପାଖରେ ଏକ ସୁରକ୍ଷିତ ଅପରେଟିଂ ଜୋନ୍ ସୃଷ୍ଟି କରିଥାଏ, ଏବଂ ବର୍ଦ୍ଧିତ ନିରାପତା ପାଇଁ ଟର୍ନ କରିବା ସମୟରେ ଏକ ସ୍ଵୟଂଚାଳିତ ହ୍ରାସ ଯନ୍ତ୍ରକୌଶଳର ବ୍ୟବହାର କରାଯାଇଥାଏ । ମୂଳ ଉତ୍ପାଦନ କାର୍ଯ୍ୟରେ ଲିଙ୍ଗଗତ ବିବିଧତା ବୃଦ୍ଧି ଦିଗରେ ଏହାର ପ୍ରୟାସ, କମ୍ପାନୀ ମହିଳା ଏବଂ ଟ୍ରାନ୍ସଜେଣ୍ଡର ପ୍ରଫେସନାଲମାନଙ୍କୁ ଏହି ଟପ୍-ଅଫ୍-ଲାଇନ୍ ଫର୍କଲିଫ୍ ଚଳାଇବାରେ ବିଶେଷଜ୍ଞ ଭାବରେ ତାଲିମ ଦେଉଛି ।

ଏହି ବିକାଶର ମହତ୍ଵ ବିଷୟରେ ନିଜର ମତବ୍ୟକ୍ତ କରି ଶ୍ରୀ ସୁନୀଲ ଗୁପ୍ତା, ସିଓଓ, ବେଦାନ୍ତ ଆଲୁମିନିୟମ୍ ବ୍ୟବସାୟ କହିଛନ୍ତି ଯେ ବେଦାନ୍ତ ଆଲୁମିନିୟମେରେ ଆମେ ଆମର ସୁରତା ପ୍ରଦର୍ଶନକୁ ବଢାଇବା ପାଇଁ ଅଭିନବ ଅଭ୍ୟାସ ଅନୁସନ୍ଧାନ ଏବଂ ପ୍ରୟୋଗ ଜାରି ରଖୁଛୁ ଏବଂ ଆଲୁମିନିୟମର ସର୍ବୋତମ ଗୁଣ ମଧ୍ୟ ଉତ୍ପାଦନ କରୁଛୁ । ଆମେ ଇଏସଜି ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ସର୍ଗୀକୃତ, ଯାହା ଆମର ସମସ୍ତ ବ୍ୟବସାୟ ପ୍ରୟାସର ମୂଳଦୁଆ ସୃଷ୍ଟି କରେ । ଅଗ୍ରଣୀ ବୈଷୟିକ ପ୍ରଦାନକାରୀଙ୍କ ସହିତ ଆମର ସହଭାଗୀତା ଆମକୁ ଶିଳ୍ପରେ ସ୍ଥାୟୀ ସାମଗ୍ରୀ ପରିଚାଳନା ଅଭ୍ୟାସକୁ ଅଗ୍ରଗତି କରିବାକୁ ସକ୍ଷମ କରିଛି । ଭାରତର ପ୍ରଥମ ୧୦ ଟନ୍‌ ଇଲେକ୍ଟ୍ରିକ୍ ଲିଥୁମ୍-ଆୟନ ଫର୍କଲିଫ୍ଟର ଶୁଭାରମ୍ଭ ଏକ ନେଟ୍ ଜିରୋ ଭବିଷ୍ୟତର ପରିବର୍ତନକୁ ତ୍ବରାନ୍ବିତ କରିବା ପାଇଁ ଆମର ପ୍ରତିବଦ୍ଧତାର ପ୍ରମାଣ ଅଟେ ।

ବେଦାନ୍ତ ଆଲୁମିନିୟମ ସହ ସହଭାଗିତା ଉପରେ ନିଜର ମତ ପ୍ରକାଶ କରି ଗିଅର ଇଣ୍ଡିଆର କାର୍ଯ୍ୟନିର୍ବାହୀ ସଭାପତି ଶ୍ରୀ ଭରୁଣ ଚୋପ୍ରା କହିଛନ୍ତି ଯେ ସେମାନଙ୍କ ସ୍ଥିରତା ଯାତ୍ରାରେ ବେଦାନ୍ତ ଆଲୁମିନିୟମ ସହ ଭାଗିଦାରୀ ହୋଇ ଆମେ ଆନନ୍ଦିତ । ଗିଅର ସ୍ମୟୀ ସାମଗ୍ରୀ ନିୟନ୍ତ୍ରଣ ସମାଧାନର ଅଗ୍ରଣୀ, ବେଦାନ୍ତ ଆଲୁମିନିୟମ୍‌ର ତିକାର୍ବୋନାଇଜେସନ୍ ଯାତ୍ରାରେ ଅଂଶୀଦାର ହୋଇଥିବାରୁ ଗର୍ବିତ । ଭାରତର ପ୍ରଥମ ୧୦ ଟନ୍‌ ଇଲେକ୍ଟ୍ରିକ୍ ଲିଥୁୟମ୍-ଆୟନ ଫର୍କଲିଫ୍ଟର ବ୍ୟବହାର ବେଦାନ୍ତ ଝାରସୁଗୁଡା ଏବଂ ବାଇକୋରେ ନିୟୋଜିତ ଜିରୋ ଏମିସନ୍ ଲିଥୁମ୍-ଆୟନ ଫର୍କଲିପୃଷ୍ଟାର ୪୧ ଟି ୟୁନିଟ୍‌ର ଏକ ଅଂଶ । ପରିଷ୍କାର ଏବଂ ଦକ୍ଷ ବୈଦୁତିକ ଗତିଶୀଳତା ଏବଂ ସାମଗ୍ରୀ ନିୟନ୍ତ୍ରଣ ସମାଧାନକୁ ଅଗ୍ରଗତି କରିବା ପାଇଁ ଏହା ଆମର ସହଭାଗୀ ପ୍ରତିବଦ୍ଧତାକୁ ଆଲୋକିତ କରେ । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୨୯ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା। ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୨ରେ ୨ୟ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍କୁଲ୍‌ର, ପାୱାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.