ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକରେ ନୂତନ ବିଇଓ ଭାବେ ନମିତାରାଣୀ ଭୋଇ ଯୋଗ ଦେଇଥିବାବେଳେ ତାଙ୍କୁ ଲାଞ୍ଜିଗଡ଼ ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର କର୍ମକର୍ତ୍ତାମାନେ ସାକ୍ଷାତ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଫେଡେରେସନର ବ୍ଲକ ସଭାପତି ଦୁଃଶାସନ ଦାସ, ସଂପାଦକ ପ୍ରମୋଦ କୁମାର ମହାନ୍ତି, ଜିଲ୍ଲା ଉପସଭାନେତ୍ରୀ ଅର୍ଚ୍ଚନା ମିଶ୍ର, ବ୍ଲକ ସଂଯୋଜକ ତପନ କୁମାର ଭୋଇ, ଉପସଭାପତି ଏମ୍. ସୁନ୍ଦର ଶେଖର, ଜିତେନ୍ଦ୍ର ନାୟକ, ଚିନ୍ତାମଣି ବିଶ୍ୱାଳ, ଶରତ ସାହାଣୀ, ଜଳନ୍ଧର ମାଝୀ, ପ୍ରଦୀପ ରାଉତ, ସୌଭାଗ୍ୟ ସାହୁ, ପ୍ରକାଶ ପ୍ରଧାନ, ଗୁରୁଗୋବିନ୍ଦ ମହାନ୍ତି, ଚନ୍ଦନ ମହାନ୍ତି, ଭବାନୀ ବାରିକ ପ୍ରମୁଖ ନୂତନ ବିଇଓ ଶ୍ରୀମତୀ ଭୋଇଙ୍କୁ ସ୍ବାଗତ ଜଣାଇଥିଲେ ।