ଜୁନ୍‌ରେ ୭୫ ପ୍ରତିଶତ କମିଛି ବର୍ଷା ପରିମାଣ, ଏବେ ସ୍ୱଳ୍ପ ବର୍ଷାରେ ଭିଜୁନି ଚାଷ ଜମି

ନିଅଂଟିଆ ବର୍ଷାକୁ ନେଇ ଚିନ୍ତାରେ ଧାନ ଚାଷୀ

ଧାନ ବଦଳରେ ଅଣଧାନ ଚାଷ ପ୍ରତି ଆକୃଷ୍ଟ ହେଲେଣି ରାୟଗଡା ଜିଲ୍ଳା ଚାଷୀକୂଳ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଷାଢ ଶେଷ ହୋଇ ଆରମ୍ଭ ହେଲାଣି ଶ୍ରାବଣ । ତଥାପି ଭିଜୁନି ଚାଷ ଜମି । ଆଉ ଏହି ନିଅଂଟିଆ ବର୍ଷାକୁ ନେଇ ଚିନ୍ତାରେ ପଡିଛି ଧାନଚାଷୀ । ଗତ କିଛି ବର୍ଷ ଧରି ଜୁନ ମାସରେ ହେଉଥିବା ସ୍ୱଳ୍ପବୃଷ୍ଟି ଯୋଗୁଁ ଚାଷୀକୂଳ ଖରିଫ ଋତୁ ଫସଲକୁ ନେଇ ଚିନ୍ତାରେ ପଡୁଥିବା ବେଳେ ବର୍ତମାନ ରାୟଗଡା ଜିଲ୍ଳାର ଅନେକ ଚାଷୀ ସ୍ୱଳ୍ପବୃଷ୍ଟିରେ ମଧ୍ୟ ଅର୍ଥକାରୀ ଫସଲ କରି ଲାଭବାନ ହୋଇପାରୁଥିବା ଯୋଗୁଁ ଏବେ ଧାନ ଚାଷ ବଦଳରେ ମାଣ୍ଡିଆ, କପା, ମକା ଭଳି ଅଣଧାନ ଚାଷ କରିବା ପ୍ରତି ଆକୃଷ୍ଟ ହେଲେଣି । ଚଳିତ ବର୍ଷ ମୈାସୁମୀ ବର୍ଷା ପରିମାଣ ଆଶାତୀତ ହୋଇ ନ ଥିବା ବେଳେ ଧାନ ଚାଷ ଉପରେ ନିର୍ଭର କରି ବର୍ଷାକୁ ଅପେକ୍ଷା କରୁଥିବା ଚାଷୀମାନେ ଏବେ ତଳି ପକାଇ ତଥା ଚାଷ ଜମିରେ ଧାନ ବୁଣି ଚିନ୍ତାରେ ପଡିଛନ୍ତି । ଜିଲ୍ଳାରେ ଗତ ବର୍ଷ ଜୁନ୍ ମାସରେ ୧୫୭.୦୭ମିମି. ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଜୁନ୍ ମାସରେ ୧୯୫.୩ ମିମି ବର୍ଷା ପରିମାଣ ଆବଶ୍ୟକ ହୋଇ ପଡିଥିବା ବେଳେ କେବଳ ୪୯ ମିମି. ବର୍ଷା ହୋଇଛି । ଯାହାକୁ ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଜିଲ୍ଳାରେ ସାଧାରଣ ଭାବେ ୪୭ ହେକ୍ଟର ଚାଷ ଜମିରେ ଧାନ ଚାଷ ହେବାର ଲକ୍ଷ୍ୟ ରହିଥିବା ବେଳେ ବର୍ତମାନ ୧୪୦୦ହେକ୍ଟର ଚାଷ ଜମିରେ ଧାନ ବୁଣା ତଥା ତଳି ପକାଯାଇଥିବା ନେଇ ଜିଲ୍ଳା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି । ଗତ ବର୍ଷ ଜିଲ୍ଳାରେ ୩ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ୩୩୯୬୧ ହେକ୍ଟର ଜମିରେ ଅଣଧାନ ଚାଷ ହୋଇଥିଲା । ଯାହାକି ସୂଚାଉଛି ଯେ,ଜିଲ୍ଳାରେ ଏବେ ଚାଷୀମାନେ କପା, ମାଣ୍ଡିଆ, ମକା ଭଳି ଲାଭକାରୀ ଅଣଧାନ ଚାଷ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ତେବେ ଚଳିତ ବର୍ଷ ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହେବା ନେଇ ଆଂଚଳିକ ପାଣିପାଗ ବିଭାଗ, ଭୁବନେଶ୍ୱର ଆକଳନ କରିଥିବା ବେଳେ ରାୟଗଡା ଜିଲ୍ଳାରେ ଗୁରୁବାର ଦିନ ୫୬୬.୫ ମିମି ବର୍ଷା ହୋଇଛି । ଜିଲ୍ଳାର ପଦ୍ମପୁର ବ୍ଳକରେ ସର୍ବାଧିକ ୧୦୦ମିମି.ବର୍ଷା ରେକର୍ଡ କରାଯାଇଥିବା ବେଳେ ମୁନିଗୁଡାରେ ସର୍ବନିମ୍ନ ୧୩.୬ମିମିି.ବର୍ଷା ରେକର୍ଡ କରାଯାଇଛି । ସେହିପରି କୋଲନରା ବ୍ଳକରେ ୬୨.୨ମିମିି, କଲ୍ୟାଣସିଂହପୁ ବ୍ଳକରେ ୪୧.୬ମିମି., କାଶିପୁରରେ ୪୪.୩ମିମି., ଗୁଣପୁରରେ ୭୭ମିମି., ଗୁଡାରୀରେ ୬୦ମିମି, ରାମନାଗୁଡାରେ ୭୪ମିମି., ବିଷମକଟକରେ ୩୧.୨ମିମି. ଏବଂ ଚନ୍ଦ୍ରପୁରରେ ୨୮ମିମି. ବର୍ଷା ରେକର୍ଡ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି । ଅପରପକ୍ଷେ ଜିଲ୍ଳାରେ ଖରିଫ ଋତୁ ଫସଲ ଆରମ୍ଭ ହୋଇଥିବା ବେଳେ ଜୁନ୍ ମାସରେ ହାରାହାରି ବର୍ଷା ପରିମାଣ ବହୁତ କମ ଥିବାରୁ ଧାନ ଫସଲ ଆରମ୍ଭ କରିବାରେ ବିଳମ୍ବ ହୋଇଥିବା ବେଳେ ଜିଲ୍ଳାରେ ଧାନ ସହ ଅଣଧାନ ଚାଷର ଚାହିଦା ମଧ୍ୟ ଅଧିକ ଥିବାରୁ ଅଣଧାନ ଫସଲ ପାଇଁ ସ୍ୱଳ୍ପ ବୃଷ୍ଟିରେ କିଛି ଅସୁବିଧା ହେଉ ନ ଥିବା ବେଳେ ଧାନ ଚାଷ ପାଇଁ ଚାଷୀମାନେ ବର୍ଷା ଅଭାବ ଯୋଗୁଁ ତଳି ପକାଇବାର ବିଳମ୍ବତାକୁ ନେଇ ଟିକେ ଚିନ୍ତାରେ ଅଛନ୍ତି । ତେବେ ଯେଉଁ ଜାଗାରେ ଧାନ ବଦଳରେ ଅଣଧାନ ଚାଷ ହେବ ସେ ନେଇ ଚାଷୀଙ୍କୁ ସଚେତନ କରାଯାଉଥିବା ବେଳେ ବଡ ଧାନ ସ୍ଥାନରେ ସାନ ଧାନ କରିବାକୁ ମଧ୍ୟ ଚାଷୀଙ୍କୁ ସଚେତନ କରାଯାଉଥିବା ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.