ବସ ଓ କଣ୍ଟେନର ମୁହାଁ ମୁହିଁ ଧକ୍କା, ଦୁଇ ଆହତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ୨୬ ନମ୍ବର ଜାତୀୟ ରାଜପଥର କଳାହାଣ୍ଡି ନବରଙ୍ଗପୁର ସୀମା ଆମପାଣି ଘାଟିରେ ହାଇଦ୍ରାବାଦରୁ କଳମପୁର ଫେରୁଥିବା ସଂଗୀତା ନାମକ ଏକ ଘରୋଇ ବସ ଓ କଣ୍ଟେନର ମଧ୍ୟରେ ମୁହାଁ ମୁହିଁ ଧକା ହୋଇଛି। ଫଳରେ ଦୁଇଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ କୋକସରା ଡାକ୍ତରଖାନାରେ ଭର୍ତି କରାଯାଇଛି। ଆହତ ଦୁଇ ଜଣ ହେଲେ ବସ ଓ କଣ୍ଟେନର ଡ୍ରାଇଭର। ଘଟଣା ସ୍ଥଳରେ ଆମପାଣି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଯାତ୍ରୀ ମାନେ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.