ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ସୁବର୍ଣ୍ଣପୁର ଜ଼ିଲ୍ଲା ଝରାପଡା ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଦେଶ ଏବେ ଆଜାଦି ର ଅମୃତ ମହୋତ୍ସବ ଆଡମ୍ବରରେ ପାଳନ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମ ପଞ୍ଚାୟତର ଝରାପଡା ଗ୍ରାମରେ ବସବାସ କରୁଥିବା ପ୍ରାୟ କୋଡିଏ ଟି ପରିବାର ନିଜର ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଏକ ଅକଥନୀୟ ଦୁର୍ଦ୍ଦଶା ରେ ଜୀବନ ବିତାଉଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ନାଁ ଅଛି ପିଇବା ପାଣି ର ସୁବିଧା ନାଁ ଅଛି ବିଦ୍ୟୁତ, ଅଧା ପାଲ ଝାଟି ମାଟି ଘର କୁ ଘୋଡାଇ ବର୍ଷା ପାଣି ପୁଣି ସରିସୃପଙ୍କ ଭୟ ରେ ରାତି ଉଜାଗର ରହୁଛନ୍ତି l ଦୀର୍ଘ ୫ ବର୍ଷ ପୂର୍ବ ରୁ ଏହି ବସ୍ତି ରେ ଶିକ୍ଷା ରୁ ସମ୍ପୂର୍ଣ ବଞ୍ଚିତ ହୋଇ ଆସୁଥିବା ମୂଳ ସାଦ୍ରୀ ଭାଷା କହୁଥିବା ସମ୍ପ୍ରଦାୟ ର ଲୋକେ କିଛି ସାମ୍ବାଦିକଙ୍କୁ ଦେଖି ତାଙ୍କ ସବୁ ଦୁଃଖ ଜଣାଇ ଭାବ ବିହ୍ଵଳ ହୋଇ ଯାଇଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ବସ୍ତି ରେ ଅଛନ୍ତି ଯଜ୍ଞ ଝରା, ଜାଲ ଝରା ନାମ୍ନୀ ଦୁଇ ଜଣ ବିଧବା ମହିଳା, ଶରତ ଝରା, ସୋନିଆ ଝରା, ନୟନା ଝରା, ସୁକାନ୍ତି ଝରାଙ୍କ ବୟସ ଷାଠିଏରୁ ଅତିକ୍ରାନ୍ତ ହୋଇଥିବା ବେଳେ ନା ସେମାନେ ଵିଧବା ଓ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ନା ସେମାନଙ୍କ ପାଖରେ ରେସନ କାର୍ଡ ଅଛି ଖାଲି ଆଧାର କାର୍ଡ ଓ ଭୋଟପରିଚୟ ପତ୍ର ଧରି ସେମାନେ ନିଜ ପରିଚୟ ଜାହିର କରୁଛନ୍ତି ସିନା ସେ ବସ୍ତିରେ ଜନ୍ମିତ ଛୁଆମାନେ ମଧ୍ୟ ଫୁଙ୍ଗୁଳା ଦେହରେ ନିଜ ନିଜର ଶୈଶବ ଖୋଜୁଛନ୍ତି। ନିକଟରେ ଅଙ୍ଗନବାଡ଼ି ସେଣ୍ଟର ଥିଲେ ମଧ୍ୟ ସେମାନଙ୍କ ପାଇଁ ତାହା ସ୍ଵପ୍ନ ହୋଇଛି l କିଛି ପିଲା ପାଖ ଗ୍ରାମ ତୁଲୁଣ୍ଡିପାଲି ପ୍ରାଥମିକ ବିଦ୍ୟାଳୟକୁ ପଢ଼ିବା ପାଇଁ ଯାଉଛନ୍ତି। ସେମାନେ ପାଖା ପାଖି କୋଡିଏ ପରିବାର ସେଠାରେ ଅଛନ୍ତି ହେଲେ କେବଳ ଭୋଟ ବେଳେ ବିଭିନ୍ନ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ତାଙ୍କ ପାଖରେ ପହଞ୍ଚି କେବଳ ନାନା ପ୍ରତିଶୁତି ଦେଇ ଆସିଛନ୍ତି ସିନା ସେମାନଙ୍କ ପାଇଁ ସର୍ବନିମ୍ନ ଆବଶ୍ୟକତା ଯୋଗାଇ ଦେବା ପାଇଁ ଭୂଲି ଯାଇଛନ୍ତି l ତାଙ୍କ ଭିତରୁ କେବଳ ଜଣେ ମହିଳା ବାବି ବେହେରା ପାଞ୍ଚ କେଜି ଚାଉଳ ଓ ଗୋଟିଏ ପରିବାର ସେଲେଡି ଗ୍ରାମ ପଞ୍ଚାୟତର ଗିନୁ ଝରାଙ୍କ ନାମରେ ପଚିଷ କେଜି ଚାଉଳ ର ଗୋଟିଏ ଖାତାରେ କାର୍ଡ ନମ୍ବର ପକାଇ ପାଇଛନ୍ତି, ହେଲେ ସେମାନେ ବିଏସକେୱାଇ କାର୍ଡ ରୁ ମଧ୍ୟ ବଞ୍ଚିତ ଅଛନ୍ତି ଯା ଦ୍ୱାରା କି ଲୁହା ଝରା ନାମକ ଜଣେ ୧୮ ବର୍ଷୀୟ ଭିନ୍ନକ୍ଷମ ଯୁବକ ଙ୍କ ପାଇଁ ବର୍ତମାନ ଜରୁରୀ ଚିକିତ୍ସା ଆବଶ୍ୟକ ହୋଇ ପଡିଛି l ପୂର୍ବେ ଏମାନଙ୍କ କୌଳିକ ବୃତ୍ତି ଥିଲା ମାଣ, ଜାଗର, ତାମ୍ବୀ ତମ୍ବା ଓ କଂସା ବାସନ ତିଆରି କରିବା କିନ୍ତୁ ବଜାର ରେ ଏବେ ଏହାର ଚାହିଦା କମି ଯିବାରୁ ସେମାନେ ତମ୍ବା ମୁଦି, ଚୁଟିକି, ବଳା, ପଥର ମୁଦି, ଆଦି ବିଭିନ୍ନ ସାମଗ୍ରୀ ତିଆରି କରି ଜୀବିକା ନିଭାଉଛନ୍ତି l ଆଉ କିଛି ଲୋକ ଚାଷ ରେ ତ କିଛି ଲୋକ ପାଖ ଗାଁ ର ଶ୍ରମିକ ସର୍ଦ୍ଦାର ହାବୁଡ଼ ରେ ପଡି ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ନାନା ନିର୍ଯାତନା ର ଶିକାର ହୋଇଛନ୍ତି l ଏପରିକି ରାଜୁ ଓ ସୁରୁବାଲି ଉଭୟେ ସ୍ୱାମୀ ସ୍ତ୍ରୀ ଦୁଇ ନାବାଳକ ପିଲା ଙ୍କୁ ଛାଡି ଏବେ ଵି ଏକ କମ୍ପାନୀ ମାଲିକର କବଜାରେ ଅଛନ୍ତି l ପତ୍ତା ମିଳୁନି ତାଙ୍କର ଏପରି ସ୍ଥଳେ ଉଭୟ ପିଲା ଭୟଭୀତ ଅବସ୍ଥାରେ ଅଛନ୍ତି।

Udyog Nursery
Udyogi Nursery

ଘଟଣା ସ୍ଥଳକୁ ଯାଇଥିବା ଓଡିଶା ସାମ୍ବାଦିକ ସଂଘର ସୋନପୁର କର୍ମକର୍ତ୍ତା ସେଠାରୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କୁ ଏଇ ଗାଁ ର ଦୁଃଖ ଦୁର୍ଦଶା ଉପରେ ଦୃଷ୍ଟି ଆକର୍ଷଣ କରିବାରୁ ଜ଼ିଲ୍ଲାପାଳ ବିନିକା ବିଡ଼ିଓ ଓ ତହସିଲଦାର ଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ବିଷୟ ଏହି ମିଡ଼ିଆ ଗ୍ରୁପ କୁ କହିଥିଲେ l ସ୍ଥାନୀୟ ସେଲେଡି ସରପଞ୍ଚ ଙ୍କ ପ୍ରତିନିଧି ଗୌର ସୁନାଙ୍କୁ ଭେଟିବାରୁ ସେ ମଧ୍ୟ ପ୍ରଥମେ ପିଇବା ପାଣିପାଇଁ ନଳକୂପ ଖୋଳାଇବା ସହ ବିଦ୍ୟୁତ ସଂଯୋଗ ର ସୁବିଧା ଓ ସମସ୍ତ ଙ୍କ ଆଧାର କାର୍ଡ ପ୍ରସ୍ତୁତ ପାଇଁ ଚେଷ୍ଟା କରିବି ବୋଲି କହିଥିଲେ l ସ୍ମରଣଯୋଗ୍ୟ ଯେ ସୋନପୁର -ବିନିକା ମୁଖ୍ୟ ରାସ୍ତା ର ଅନତି ଦୁରରେଥାଇ ସୁଦ୍ଧା ଏତେ ଅବହେଳା ର ଶୀକାର ହୋଇ ସମସ୍ତ ସରକାରୀ ସୁବିଧା ରୁ ବଞ୍ଚିତ ହୋଇଥିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଏପରିକି ଜିଲ୍ଲାପାଳ ସିଧାସଳଖ ଏହି ଘଟଣାରେ ହସ୍ତକ୍ଷେପ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.