ସେମିଫାଇନାଲରେ ଗୋଟିଏ ପାଦ ଥାପିଲା ନ୍ୟୁଜିଲାଣ୍ଡ, ଚମତ୍କାର ଆଶାରେ ପାକିସ୍ତାନ

ଓଡ଼ିଆ ବାର୍ତ୍ତା/ ବାଙ୍ଗାଲୋର: ଚଳିତ ବିଶ୍ୱକପ କ୍ରିକେଟରେ ଗୁରୁବାର ଶ୍ରୀଲଙ୍କାକୁ ୫ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଏଥିସହ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ଗୋଟିଏ ପାଦ ଥାପିଛି । ୯ ମ୍ୟାଚରେ କିୱି ଟିମ ୧୦ ପଂଏଟ ହାସଲ କରିଛି । ଆଫଗାନିସ୍ତାନ ଏବେ ଏହି ଦୌଡରୁ ବାଦ ପଡି ସାରିଥିବା ବେଳେ ପାକିସ୍ତାନ କିଛି ଚମତ୍କାର ହେବ ଆଶାରେ ରହିବ । ଟସ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଶ୍ରୀଲଙ୍କା ଟିମ ନ୍ୟୁଜିଲାଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୧୭୧ ରନ କରି ଅଲଆଉଟ ହୋଇ ଯାଇଥିଲା । କୁଶଳ ପେରିରା ୫୧ ରନର ଇନିଂସ ଖେଳିଥିଲେ । ୧୭୨ ରନର ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ୨୩.୨ ଓଭରରେ ୫ ୱିକେଟ ହରାଇ ହାସଲ କରି ନେଇଥିଲା । ଡେଭନ କନୱେ ୪୫, ଡାରେଲ ମିଚେଲ ୪୩ ଓ ରଚୀନ ରବୀନ୍ଦ୍ର ୪୨ ରନର ଯୋଗଦାନ ଦେଇଥିଲେ ।ଶ୍ରୀଲଙ୍କା ପକ୍ଷରୁ ଆଞ୍ଜେଲୋ ମାଥ୍ୟୁସ ୨ଟି ଏବଂ ମହୀଶ ତୀକ୍ଷଣା ଓ ଦୁଷ୍ମନ୍ତ ଚମୀରା ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଶ୍ରୀଲଙ୍କା ୯ ମ୍ୟାଚରୁ ୪ ପଂଏଟ ହାସଲ କରି ତାର ଅଭିଯାନ ଶେଷ କରିଛି । ଟ୍ରେଂଟ ବୋଲ୍ଟ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ସେ ଶ୍ରୀଲଙ୍କାର ୩ଟି ୱିକେଟ ଅକ୍ତିଆର କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.