କୋକସରା ଡିଗ୍ରୀ ମହାବିଦ୍ୟାଳୟଠାରେ ଯୁବ ରେଡ଼କ୍ରସ ଆଭିମୁଖ୍ୟ ପ୍ରଶିକ୍ଷଣ ଶିବିର 

‘ସେବା କ୍ଷେତ୍ରରେ ଯୁବଶକ୍ତି ଯୋଗଦାନ କଲେ ସମାଜ ଅଗ୍ରଗତି କରିଥାଏ’

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ଯୁବ ରେଡ଼କ୍ରସ ଆଭିମୁଖ୍ୟ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପରାଜ ମେହେରଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ ଯୋଗ ଦେଇ ଯୁବ ରେଡ଼କ୍ରସର ପତକାକୁ ଉତ୍ତଳୋନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ତଥା ଯୁବ ରେଡ଼କ୍ରସ ପରାମର୍ଶଦାତା ମୋହନ ଚରଣ ବିଷି ଯୋଗଦେଇ ରେଡ଼କ୍ରସର ଇତିହାସ ଓ ବିକାଶ, ମୌଳିକ, ନୀତି, ଚି଼ହ୍ନ, ପ୍ରାଥମିକ ଚିକିତ୍ସା, ରକ୍ତଦାନର ମହତ୍ତ୍ୱ ଓ ସମାଜ ଗଠନରେ ଯୁବ ରେଡ଼କ୍ରସ ସ୍ବେଛାସେବୀ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ l ସମ୍ମାନିତ ଅତିଥି ଭାବେ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ଅଧ୍ୟାପକ ଜଗନ ଚନ୍ଦନି, ଅଧ୍ୟାପକ ଐରୀ ନାଶନ ଚିନ୍ଦା ମଞ୍ଚାସିନ ହୋଇଥିଲେ l ଏହି ଅବସରରେ ଅତିଥିମାନେ ସ୍ବେଛାସେବୀ ଛାତ୍ରଛାତ୍ରୀଙ୍କୁ ଯୁବ ରେଡ଼କ୍ରସର ଶପଥ ପାଠ କରାଇ  କହିଥିଲେ ସେବା କ୍ଷେତ୍ରରେ ଯୁବଶକ୍ତି  ଯୋଗଦେଲେ ସାମାଜିକ ସୁରକ୍ଷା  ସୁନିଶ୍ଚିତ ହୋଇଥାଏ l ଅଧ୍ୟାପକ ତଥା ମହାବିଦ୍ୟାଳୟର ଯୁବ ରେଡକ୍ରସ ପରାମର୍ଶଦାତା ସୁବ୍ରତ କୁମାର ବେହେରା ଅତିଥି ପରିଚୟ ଦେଇ ମଞ୍ଚ ପରିଚାଳନା କରିଥିଲେ l ସ୍ୱାଗତ ଭାଷଣ ଅଧ୍ୟାପିକା ବେଦମଇ ବାରିକ ଦେଇଥିବା ବେଳେ ଅଧ୍ୟାପିକା କନକ ମଞ୍ଜରି ବେହରା ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଯୁବ ରେଡ଼କ୍ରସର ସ୍ୱେଚ୍ଛାସେବୀ, ମହାବିଦ୍ୟାଳୟ ଛତ୍ରଛାତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.