ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ଥୁଆମୂଳ ରାମପୁର ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ –‘ଓ’ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମର ପ୍ରାରମ୍ଭିକ ଦିବସରେ ମାଁ ମାଣିକେଶ୍ୱରୀ ମନ୍ଦିରରୁ ଛାତ୍ରଛାତ୍ରୀ ତଥା ଅଧ୍ୟାପକଙ୍କ ଦ୍ଵାରା ବିଦ୍ୟାଳୟ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା ସହିତ ନୂଆ-ଓ ର ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଅଗ୍ନିଶମ ଅଧିକାରୀ ବନମାଳୀ ପୂଝାରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସମୃଦ୍ଧ ଓଡ଼ିଶା ଗଠନରେ ନୂଆ –‘ଓ’ ର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ବିକଶିତ ରାଷ୍ଟ୍ର ଗଠନରେ କୁଶଳୀ ନାଗରିକ ଏବଂ ସେମାନଙ୍କ ଦକ୍ଷତା ବିକାଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଦିଶାରୀ ଉଦଘାଟନ କରିଥିଲେ। ସୋମବାର ଠାରୁ ଏହି ସମାରୋହ ସପ୍ତାହ ବ୍ୟାପୀ ଚାଲିବ।ଆୟୋଜକ ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନେକ ଅଧ୍ୟାପକ ଓ କର୍ମଚାରୀ ଯୋଗ ଦେଇଥିଲେ।






