ଭାରତୀୟ ଜନତା ପାର୍ଟି ସିଦ୍ଧେଶ୍ଵରୀ ମଣ୍ଡଳର‌ ଚ଼ିନ୍ତନ ବୈଠକ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: ଗମ୍ଭାରୀମୁଣ୍ଡା ଠାରେ ଭାରତୀୟ ଜନତା ପାର୍ଟି ସିଦ୍ଧେଶ୍ଵରୀ ମଣ୍ଡଳର‌ ଚ଼ିନ୍ତନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀର ଲୋକପ୍ରିୟ ତଥା ରାଜ୍ୟ ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚ଼ନ୍ଦନ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚ଼ନ୍ଦନ, ସୁଦକ୍ଷ ଚ଼ିକିତ୍ସକ ତଥା ଦଳର ମାର୍ଗଦର୍ଶକ ଡ଼ା. ସୁରେନ୍ଦ୍ର ନାଥ ଦାସ, ଶିକ୍ଷାବିତ୍ ତଥା ଦଳର ପୁରୁଖା ନେତା ଗୋଲକ ବିହାରୀ ପଟ୍ଟନାୟକ, ବରିଷ୍ଠ ନେତା ରମେଶ ଚନ୍ଦ୍ର ସାମନ୍ତସିଂହାର, ମାଧବ ପ୍ରଧାନ, ଗମ୍ଭାରୀମୁଣ୍ଡା ପଞ୍ଚାୟତର‌ ସମିତିସଭ୍ୟା ଅନିତା ପ୍ରଧାନ‌, ମଣ୍ଡଳ ସାଧାରଣ ସମ୍ପାଦକ ତପନ ପ୍ରଧାନ, ବିସ୍ତାରକ ଦେବେନ୍ଦ୍ର ପାଇଟିଆଲ୍, ଶରତ ଛାଟୋଇ, ପ୍ରକାଶ ବେହେରା, ପ୍ରଭାଶିଷ ପ୍ରଧାନ, ଦେବେନ୍ଦ୍ର ହରିଚ଼ନ୍ଦନ, ନାଚୁଣୀ ଗ୍ରାମ ପଞ୍ଚାୟତର‌ ସମିତିସଭ୍ୟ‌ ବିରଞ୍ଚି ନାରାୟଣ ରାଉତ, ସ୍ମୃତି ରଂଜନ ମାନସିଂହ, ସେକ୍ ୟାସଦ୍‌ ଯୋଗ ଦେଇଥିଲେ।ଏହି ବୈଠକରେ ଦଳର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ବିସ୍ମୃତ ଆଲୋଚ଼ନା ହେବା ସହ ସଂଗଠନକୁ ବୁଥ୍ ସ୍ତରରେ ଆହୁରି ଦୃଢ଼ କରିବା ପାଇଁ ଆଲୋଚ଼ନା ହୋଇଥିଲା।ଏହି ବୈଠକରେ ମଣ୍ଡଳର ସମସ୍ତ ଛାମୁଆ ନେତା ଓ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.