ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଐତିହାସିକ ସ୍ଥଳୀ ରାଣୀପୁର ଝରିଆଲ ପରିଭ୍ରମଣ କରିଛନ୍ତି। ଉକ୍ତ ଭ୍ରମଣ ସମୟରେ ବ୍ଲକର ସମସ୍ତ ଏବିଇଓ, ସିଆରସିସି, ବ୍ଲକ ସାଧନକର୍ମୀଙ୍କ ସମେତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ତଥା ଅଭିଭାବକ ଯୋଗଦାନ କରିଥିଲେ। ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ତାଙ୍କ ପ୍ରତିଭା ତଥା ନାଚ ଗୀତ ମାଧ୍ୟମରେ ମାହୋଲକୁ ସରଗରମ କରିଥିଲେ। ଏଥିରେ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜିକା ଲିପିକା ଅପରାଜିତା, ବିଆରସିସି ଜୟକୁମର ମାଝୀ, ଏବିଇଓ ଜଗଦୀଶ ପ୍ରସାଦ ମୁଣ୍ଡ, ହୃଷୀକେଶ ନାଏକ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ସଙ୍ଗୀତ ଗାନ କରି ଉତ୍ସାହିତ କରିବା ସଙ୍ଗେସଙ୍ଗେ ଭବିଷ୍ୟତରେ ତାଙ୍କ ପ୍ରତିଭାର ବିକାଶ ପାଇଁ ଦିଗଦର୍ଶନ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମହମ୍ମଦ ଜାକୀର, ପ୍ରଫୁଲ୍ଲ ଠାକୁର, ବୈକୁଣ୍ଠ ବେମାଲ, ବିଆରଟି ରଞ୍ଜନ ମେହେର ପ୍ରମୁଖ ସହଯୋଗ କରିଥିଲେ।





