ଉଚ୍ଛଳା ଗାଁର ରଣାପଡାଠାରେ କୁରାଳ ପଞ୍ଚମୀ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ ଉଚ୍ଚଳା ଗାଁ ରଣାପଡାଠାରେ କୁରାଳ ପଞ୍ଚମୀ ଅନୁଷ୍ଠିତ ହୋଇଯାଇଅଛି। କୁରାଳ ସମାଜ ପକ୍ଷରୁ ଆୟୋଜିତ ଏହି ପୂଜା ଗତ ଡିସେମ୍ବର ୧୭ରେ ଆରମ୍ଭ ହୋଇ ୧୯ ତାରିଖରେ  ଉଦଯାପିତ ହୋଇଯାଇଛି। ଏ ନେଇ ଆୟୋଜିତ ପୂଜା କାର୍ଯ୍ୟକ୍ରମରେ ଭଜନ ରଣା କର୍ତ୍ତା ଦାଇତ୍ୱ ନିର୍ବାହ କରିଥିବାବେଳେ କୁରାଳ ସମାଜର ଚକ୍ରଧର ନାଏକ, ବିରଞ୍ଚି ନାଏକ, ମାନସିଂହ ନାଏକ, ପ୍ରେମ ଲାଲ ନାଏକ ଏବଂ ସମାଜର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି କୁରାଳ ପଞ୍ଚମୀ ପୂଜା ତିନି ଦିନ ଧରି ଚାଲିଥିବା ବେଳେ ପ୍ରଥମ ସନ୍ଧ୍ୟାରେ ମନୋରଞ୍ଜନ ପାଇଁ ନାଟକ ଆୟୋଜନ କରାଯାଇଥିଲା। ମଙ୍ଗଳବାର ଉଦଯାପନୀ ଦିବସରେ ବହୁ ମାତ୍ରାରେ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିବା ସହିତ ପୂର୍ଣ୍ଣାହୁତି ସରିବା ପରେ ପ୍ରସାଦ ସେବନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.