ବାଙ୍ଗାଲୋରରୁ ଫେରିଲା ପୁଣି ଜଣେ ଦାଦନ ଶ୍ରମିକଙ୍କ ଶବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅଞ୍ଚଳରରେ କାମ ଧନ୍ଦା ଅଭାବ କାରଣରୁ ଭଲ ଦି’ ପଇସା ରୋଜଗାର କରିବା ଆଶା ନେଇ ବାଙ୍ଗାଲୋର ଦାଦନ ଖଟିବାକୁ ଯାଇଥିବା କୋକସରା ଅଞ୍ଚଳର ଜଣେ ଶ୍ରମିକଙ୍କ ମୃତଦେହ ନିଜ ଭିଟାମାଟିକୁ ଫେରିଛି। ମୃତ ଶ୍ରମିକ ଜଣକ କୋକସରା ବ୍ଳକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ନୁଆପଡାର ଯୋଗୀ ଧଙ୍ଗଡାମାଝୀ (୫୪) ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ଯୋଗୀ ଦିର୍ଘ ତିନି ମାସ ତଲେ ଭଲ ଦୁଇ ପଇସା ରୋଜଗାର କରିବା ଆସା ନେଇ ପରିବାରକୁ ଛାଡି ସୁଦୁର ବାଙ୍ଗାଲୋରକୁ ଯାଇ ସେଠାକାର ଏକ ଠିକାଦାରଙ୍କ ନିକଟରେ ଶ୍ରମିକ ଭାବେ ନିୟୋଜିତ ରହିଥିଲେ। ତେବେ ବୁଧବାର କାମ କରୁଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେ ଡାକ୍ତରଖାନାକୁ ଯାଇ ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ରହୁଥିବା ସ୍ଥାନକୁ ଫେରିଥିଲେ, ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ସୂତ୍ରରୁ ଜଣାପଡିଛି। ଆଜି ଯୋଗୀଙ୍କ ମୃତ ଦେହ ଆମ୍ବୁଲାନ୍ସ ଯୋଗେ ନିଜ ଭିଟାମାଟିକୁ ଫେରିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି। ଅନ୍ୟପଟେ ମୃତ ଯୋଗୀଙ୍କ ମର ଶରୀରକୁ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି। ତେବେ ଏହି ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.