ସାମାଜିକ ଭତ୍ତା ୩୦୦୦ଟଙ୍କା ପ୍ରତିଶୃତି ପୁରଣ ଦାବି ନେଇ ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ସଭା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜେପି ସରକାର ନିର୍ବାଚନ ସମୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି କରିବା ପ୍ରତିଶୃତି ଦେଇଥିଲେ। କିନ୍ତୁ ମୋହନ ସରକାର ଗଠନର ପ୍ରଥମ ବଜେଟ୍ ରେ ୮୦ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ଯ ଏବଂ ୮୦% ଉର୍ଦ୍ଧ୍ବ ଭିନ୍ନକ୍ଷମମାନଙ୍କୁ ହିଁ ଭତ୍ତା ୩୫୦୦ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ। ତେଣୁ ଗତ କାଲି “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ତରଫରୁ ଭବାନୀପାଟଣା ମୁନିସିପାଲିଟିର ୱାର୍ଡ ନଂ-୦୫ ଜୋର ପଡାର ୪୦ରୁ ଉର୍ଦ୍ଧ୍ବ ଭତ୍ତା ହିତାଧିକାରୀଙ୍କୁ ନେଇ ଏକ ସଭାର ଆୟୋଜନ ହୋଇଯାଇଅଛି। ବୈଠକରେ ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା ଯୋଗଦାନ ଦେବା ସହ ଆସନ୍ତା ୧୭ତାରିଖରେ ହେବାକୁ ଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ସମୟରେ ମୋହନ ସରକାର ନିଜର ପ୍ରକୃତ ପ୍ରତିଶୃତି ପାଳନ କରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ପାଉଥିବା ଭତ୍ତା ୩୦୦୦ଟଙ୍କା ବଜେଟ୍ ରେ ଉଲ୍ଲେଖ କରନ୍ତୁ ନଚେତ୍ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ବରିଷ୍ଠ ସଦସ୍ଯ ନିରୋଦ କୁମାର ରାଉତ, ନାରୀ ନେତ୍ରୀ କବିତା ରାଉତ, ଚାଷୀ ନେତା ଲିଙ୍ଗରାଜ ପ୍ରଧାନ ଓ ମଧୁଲାଲ ନାଏକ ଉଦବୋଧନ ଦେବା ସହ ସମସ୍ତ ଭତ୍ତାଧିକାରୀ ନିଜର ହକ୍ ନ ପାଇବା ଯାଏଁ ଭବାନୀପାଟଣାରୁ ଭୂବନେଶ୍ୱର ପର୍ଯ୍ୟନ୍ତ ଜୋରଦାର ଲଢେଇ ହେବ ବୋଲି କହିଥିଲେ। ଏହି ବୈଠକକୁ ସଫଳ କରିବା ପାଇଁ ସଦସ୍ଯ ଶ୍ରୀୟା ଚନ୍ଦନ ଓ ସୌମ୍ୟରଂଜନ କର ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.