ଇମ୍ଫାରେ କର୍ମଚାରୀ ଭବିଷ୍ୟନିଧୀ ପାଣ୍ଠି ସଚେତନତା କର୍ମଶାଳା 

ରାୟଗଡ/ଥେରୁବାଲି (ଶିବ ନାରାୟଣ ଗୌଡ) : ରାୟଗଡା ସ୍ଥିତ କର୍ମଚାରୀ ଭବିଷ୍ଯନିଧୀ ସହକାରୀ ଆୟୁକ୍ତ ଆବେଷ ମିଶ୍ରଙ୍କ ନେତୃତ୍ୱରେ ଇମ୍ଫା କମ୍ପାନୀ ପରିସରରେ ସତର୍କତା ଜାଗରଣ ସପ୍ତାହ ଉପଲକ୍ଷେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଇମ୍ଫାର କର୍ମଚାରୀ, ଶ୍ରମିକ, ଠିକାଦାର ଯୋଗ ଦେଇଥିଲେ। କର୍ମଶାଳାରେ ଉପସ୍ଥିତ କର୍ମଚାରୀ ମାନଙ୍କୁ ଭବିଷ୍ଯନିଧୀ ପାଣ୍ଠିର ସତ୍ ବିନିଯୋଗ ଓ ପରିଚାଳନା ବିଷୟରେ ରାୟଗଡାରୁ ଆସିଥିବା ଅଧିକାରୀ ମାନେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ । ପରେ ପରେ ଏକ ଅଭିଯୋଗ ସୁଣାଣି କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ କର୍ମଚାରୀ ମାନଙ୍କ ବିଭିନ୍ନ ଅଭିଯୋଗର ସୁଣାଣି କରାଯାଇଥିଲା। ଏଥିରେ ଅତିରିକ୍ତ ଆୟୁକ୍ତଙ୍କ ସହି ଇଓ ପିକେ ମହାରଣା, ଏସ୍ଏନ୍ ବେହେରା, ଇମ୍ଫାର ଉପ ମହାପ୍ରବନ୍ଧକ ଅଜୟ କୁମାର ବେହୁରିଆଙ୍କ ସହିତ ଉଚ୍ଚ ଅଧିକାରୀ ମାନେ ଉପସ୍ଥିତ ଥିଲେ। କାର୍ଯକ୍ରମଟିକୁ ଇମ୍ଫାର ବରିଷ୍ଠ ପରିଚାଳକ ଅନାମ ଚନ୍ଦ୍ର ସ୍ୱାଇଁ ପରିଚାଳନା କରିଥିଲେ।

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.