ଆରପିଏଫ ଆଇଜି ରାଜରାମଙ୍କ ରାୟଗଡ ଗସ୍ତ
ରାୟଗଡ,୩୧/୧୦ : ରେଳ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଯାତ୍ରା କରିବାରେ ଓ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ରେଳବାଇ ସୁରକ୍ଷା ପୋଲିସ ବଳ (ଆରପିଏଫ) ସବୁବେଳେ ସଜାଗ ରହିଛି । ରେଳବାଇ ପକ୍ଷରୁ ଜାରି କରାଯାଇଥିବା ନିଶ୍ଳକ୍ଳ ହେଲପଲାଇନ ନମ୍ବର ୧୮୨କୁ ବ୍ୟବହାର କରି ଯାତ୍ରା ସମୟରେ ସୁରକ୍ଷା ସମ୍ବନ୍ଧିତ ଯେ କୈାଣସି ଅସୁବିଧା ସମୟରେ ଫୋନ କଲ କଲେ ସଙ୍ଗେ ସଙ୍ଗେ ଆରପିଏଫ ପୋଲିସ ଯାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ପଂହଚିବ ବୋଲି ପୂର୍ବତଟ ରେଳବାଇ, ଭୁବନେଶ୍ୱର ଆରପିଏଫ ଆଇଜି ତଥା ମୁଖ୍ୟ ନିରାପତା ଆୟୁକ୍ତ ରାଜାରାମ ଦିନିକିଆ ରାୟଗଡ ଗସ୍ତରେ ଆସି ଷ୍ଟେସନ ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସେହିପରି ରେଳ ଯାତ୍ରା ସମୟରେ ମାନବ ଚାଲାଣ, ଚୋରା କାରାବାର, ଆତଙ୍କବାଦୀ ଗତିବିଧି, ଜିନିଷ ଚୋରି ସମ୍ବନ୍ଧୀତ ଓ ବିଶେଷ କରି ମହିଳା ଓ ଶିଶୁଙ୍କୁ ନିମିତ କୈାଣିସି ଅସୁବିଧା ହେଲେ ତୁରନ୍ତ ଆରପିଏଫଙ୍କୁ ଜଣାଇବା ପାଇଁ କହିଥିବା ବେଳେ ଅବିଭକ୍ତ କୋରାପୁଟ ଅଂଚଳରୁ ରାୟଗଡ ଦେଇ ରେଳରେ ଅନେକ ସମୟରେ ଗଂଜେଇ ମାଫିଆ, ବେଆଇନ ଗୁଟଖା କାରବାରଗୁଡିକ ବୃଦ୍ଧି ପାଉଥିବାରୁ ଏହି ଦିଗ ପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି ବୋଲି ସେ କହିଥିଲେ । ପରେ ପରେ ଆଇଜି ଶ୍ରୀ ରାଜାରାମ ରାୟଗଡ ରେଳ ଷ୍ଟେସନରେ ଯାତ୍ରୀଙ୍କୁ ସୁରକ୍ଷା ନିମିତ ସମସ୍ତ ଦିଗ ଉପରେ ଅନୁଧ୍ୟାନ କରିବା ସହ ଆରପିଏଫ ଥାନାର ନିରୀକ୍ଷଣ କରିବା ସହ ଅପରାହ୍ନରେ ରେଳବାଇ ଇନଷ୍ଟିଚ୍ୟୁଟରେ ଅନୁଷ୍ଠିତ ହୋଇଥିବା ସୁରକ୍ଷା ସମ୍ମିଳନୀରେ ଯୋଗ ଦେଇଥିଲେ । ଶ୍ରୀ ରାଜାରାମ ଗସ୍ତକୁ ନେଇ ରାୟଗଡ ଷ୍ଟେସନ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ତାଙ୍କ ସହ ୱାଲଟିୟର ଡିଭିଜନର ସିନିୟର ଡିଭିଜନାଲ ସିକ୍ୟୁରିଟି କମିଶନର ଜିତେନ୍ଦ୍ର ଶ୍ରୀବାସ୍ତବ, ଆସିସଷ୍ଟାଂଟ ସିକ୍ୟୁରିଟି କମିଶନର କେ.ପି.ଜେମ୍ସ ପ୍ରମୁଖ ଆସିଥିବା ନେଇ ରାୟଗଡ ଆରପିଏଫ ଥାନାଧିକାରୀ ଡି.ଏନ.ତ୍ରିଲୋକ ସୂଚନା ଦେଇଛନ୍ତି ।