କଳାହାଣ୍ଡି,୩୧/୧୦: କଳାହାଣ୍ଡି ଜିଲ୍ଲା କୂର୍ମୀ କ୍ଷେତ୍ରୀୟ ସଂସ୍ଥା ତରଫରୁ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି। ଅଂଚଳ ସଂସ୍ଥା ସଭାପତି ଅଶ୍ୱିନୀ ପ୍ରଧାନଙ୍କ ନେତୃତ୍ୱରେ ଭବାନୀପାଟଣା ପୁରୁଣାପଡାଠାରୁ ଶତାଧିକ ପୁରୁଷ ଓ ମହିଳା ବାହାରି ମାଣିକେଶ୍ବରୀ ହାଇସ୍କୁଲ ଛକ ନିକଟସ୍ଥ ସର୍ଦ୍ଦାର ବଲ୍ଳଭ ଭାଇ ପଟେଲଙ୍କ ପ୍ରତିମୂର୍ତ୍ତିରେ ପାରମ୍ପରିକ ପୂଜା ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ମହାନ ମନୀଷୀଙ୍କ ସମ୍ପର୍କରେ ନାରାବାଜି କରାଯାଇଥିଲା। ଏହାପରେ ପୁରୁଣପଡାଠାରେ ଶ୍ରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଲୌହମାନବ ସର୍ଦ୍ଦାର ପଟେଲଙ୍କ ସ୍ମୃତିଚାରଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଭାବଗ୍ରାହୀ ନାୟକ, ଆଇନଜୀବୀ ସିଦ୍ଧାର୍ଥ ନାୟକ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗ୍ରାମ୍ୟକମିଟି ସଭାପତି ସନ୍ତୋଷ ପ୍ରଧାନ, ମନମୋହନ ମଲିକ, ଦେବରାଜ ପ୍ରଧାନ, ତ୍ରିଲୋଚନ ପ୍ରଧାନ, ମହିଳା ସାଧାରଣ ସମ୍ପାଦକ ମିନତୀ କୁମାରୀ ପ୍ରଧାନ, ଜୟନ୍ତୀ ନାୟକ, ସ୍ୱପ୍ନା ପ୍ରଧାନ, ସନ୍ଧ୍ୟାରାଣୀ ପ୍ରଧାନ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଗଙ୍ଗାଧର ପ୍ରଧାନ, ମଧୁସୂଦନ ପ୍ରଧାନ, ମନୋଜ ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ଯୋଗେନ୍ଦ୍ର ପ୍ରଧାନ, ଜୟ ରାମ ପ୍ରଧାନ, ହରିଶ୍ଚନ୍ଦ୍ର ପ୍ରଧାନ, କୃଷ୍ଣ ଚନ୍ଦ୍ର ପ୍ରଧାନ, ବଳରାମ ପ୍ରଧାନ ପ୍ରମୁଖ ମତ ବ୍ୟକ୍ତ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମଙ୍ଗଳୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।