ପଞ୍ଚାୟତ ଡିଗ୍ରୀ କଲେଜ ବେଲଖଣ୍ଡିରେ ରାଷ୍ଟ୍ରୀୟ ଏକତା ଦିବସ 

କଳାହାଣ୍ଡି,୩୧/୧୦(ନବୀନ କିଶୋର ସାହୁ) : ଭାରତର ପ୍ରଥମ ଗୃହମନ୍ତ୍ରୀ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ କେସିଙ୍ଗା ବ୍ଲକ ବେଳଖଣ୍ଡି ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଦୂର୍ଯ୍ୟୋଧନ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ରାଷ୍ଟ୍ରୀୟ ଏକତା ଦିବସରେ ଇଂରାଜୀ ଅଧ୍ୟ୍ୟାପକ ଦୂର୍ଯ୍ୟୋଧନ ବିଶୋଇ ମଞ୍ଚପରିଚାଳନା କରିଥିବା ବେଳେ ସମ୍ମାନିତ ଅତିଥି ଇତିହାସ ଅଧ୍ୟାପକ ଡ.ମଦନ ମୋହନ ସାହୁ,

ମୁଖ୍ୟବକ୍ତା ଭାବେ ଅର୍ଥନୀତି ଆଧ୍ୟାପକ ନିରଞ୍ଜନ ମାଝୀ ପ୍ରମୂଖ ମଞ୍ଚାସୀନରହି ସର୍ଦ୍ଦାର ପଟେଲଙ୍କ ଜିବନୀ ଉପରେ ଆଲୋକପାତ କରିବାସହ ରାଷ୍ଟ୍ରୀୟ ଏକତା ଦିବସର ମହତ୍ବ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର କିରାଣି ଭକ୍ତବନ୍ଧୁ ପଧାନ, ବସନ୍ତ ସାହୁ, ଚଉବନ ପଧାନ, ବୁଧଦେବ ପଧାନ ସମେତ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଏହାପରେ କଲେଜ ପରିସରରେ ଏକତା ଦୌଡ ଅନୁଷ୍ଠିତ ହୋଇଥିଲା ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.