ଜିଲ୍ଳାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ରାୟଗଡ,୧/୧୧ : ଜିଲ୍ଳାସ୍ତରୀୟ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ସ୍ଥାନୀୟ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଦଭାବନା କକ୍ଷ ଠାରେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଳାପାଳ ଶ୍ରୀ ବେହେରା ଦୁର୍ନିତୀ ହ୍ରାସ କରିବା ପାଇଁ ବୈଠକରେ ଉପସ୍ଥିତ ସମସ୍ତ ସରକାରୀ ଅଧିକାରୀ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବିମାନଙ୍କୁ ଶପଥ ପାଠ କରାଇଥିଲେ । ଏଥିସହ ସ୍ୱାର୍ଥପରତା ମଣିଷକୁ ଦୁର୍ନିତୀର ମୁହଁକୁ ଠେଲି ଦେଉଛି । ସମସ୍ତେ ସଚେତନ ଓ ନିସ୍ୱାର୍ଥପରତା ଭାବେ ଆଚରଣ କଲେ ସମାଜରୁ ଦୁର୍ନିତୀ ହଟିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇ ସମାଜରୁ ପ୍ରତ୍ୟେକ ସ୍ତରରୁ ଦୁର୍ନିତୀ ବିରୋଧରେ ସଚେତନ କରାଗଲେ ଏକ ଦୁର୍ନିତୀମୁକ୍ତ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କହିଥିଲେ । ସେହିପରି ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ.ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସୁସ୍ଥ ସମାଜ ଗଠନ ପାଇଁ ଆଗାମୀ ପିଢୀକୁ ଆହ୍ୱାନ କରିବା ସହ କୈାଣସି ସରକାରୀ କିମ୍ବା ବେସରକାରୀ କାର୍ଯ୍ୟାଳୟ ତଥା ଯେ କୈାଣସି ସ୍ଥାନରେ ଯଦି କେହି କାର୍ଯ୍ୟ କରେଇ ଦେବା ନାମରେ ଉତ୍କଚ ମାଗେ ତାହାହେଲେ ସ୍ଥାନୀୟ ପୋଲିସ ଥାନା କିମ୍ବା ଦୁର୍ନିିତି ନିବାରଣ ବିଭାଗକୁ ସୂଚନା ଦେବା ପାଇଁ କହିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ କୋରାପୁଟ ଲୋକସଭା ସାଂସଦ ପ୍ରତିିନିଧି ଦୁର୍ଗାପ୍ରସାଦ ପଣ୍ଡା ମଧ୍ୟ ଗ୍ରାମାଂଚଳ ସ୍ତରରୁ ଦୁର୍ନିତୀ ପାଇଁ ସଚେତନତା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି ଓ ସମ୍ମାନୀତ ବକ୍ତା ରୂପେ ଆଇନଜୀବି ବ୍ରଜ ସୁନ୍ଦର ନାୟକ ଯୋଗ ଦେଇ ଦୁର୍ନିତୀ ନିବାରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାୟଗଡ ଶାଖା, ଦୁର୍ନିତି ନିବାରଣ ବିଭାଗର ଉପ ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସଂର୍ପକରେ ଉପସ୍ଥାପନା କରିଥିବା ବେଳେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସପ୍ତାହ ପାଳନ ଅବସରରେ  ସକାଳ ସାଢେ ସାତଟା ସମୟରେ ସ୍ଥାନୀୟ ଗଜପତି ଛକରୁ ଏକ ସଚେତନତା ଶୋଭାଯାତ୍ରାକୁ ଜିଲ୍ଳାପାଳ ଶ୍ରୀ ବେହେରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଏଥିରେ ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ସେଂଚ୍ୟୁରିଆନ ଓ ଆଇଟିଆଇ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।

Omkar Vasthu
Omkar Vasthu
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.