ତାଲବାହାଲ ଓ କରମତଲା ଗ୍ରାମ ପଞ୍ଚାୟତର ସମସ୍ତ ଉନ୍ନୟନ କାର୍ଯ୍ୟର ତଦନ୍ତ ପାଇଁ ଅନୁରୋଧ
ସଇଁତଲା,୨/୧୧ : ତାଲବାହାଲ ଓ କରମତଲା ଗ୍ରାମ ପଞ୍ଚାୟତର ସମସ୍ତ ଉନ୍ନୟନ କାର୍ଯ୍ୟକୁ ତଦନ୍ତ ପାଇଁ ଜିଲ୍ଲାପାଳ ଓ ଭିଜିଲାନ୍ସକୁ ଭେଟିଛନ୍ତି ସଇଁତଲା ବ୍ଳକ ସଇଁତଲା ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ବ୍ଲକର ଅନେକ ସମିତି ସଭ୍ୟ ।
ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଳକ ଅନ୍ତର୍ଗତ ତାଲବାହାଳ ଓ କରମ ତଲା ଗ୍ରାମ ପଞ୍ଚାୟତ ଅନେକ ଗୁଡ଼ିଏ କାର୍ଯ୍ୟ ଅନିୟମିତତା ଅଭିଯୋଗ ହୋଇଥିଳେ ସୁଦ୍ଧା କୈାଣସି ପଦକ୍ଷେପ ଗ୍ରହଣ ହୋଇନଥିବା ବେଳେ ସଇଁତଲା ବ୍ଳକ ସମିତି ସଭ୍ୟ, ଚେରମେନ ଓ ଭାଇସ ଚେରମେନ୍ ବଲାଙ୍ଗିର ଜିଲ୍ଲାପାଳ ଓ ଭିଜିଲାନ୍ସ ବିଭାଗକୁ ଲିଖିତ ହିସାବରେ ଦେଇ ଥିବା ବେଳେ ବହୁ ଶିଘ୍ର ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ଓ ଭିଜିଲାନ୍ସ ବିଭାଗ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।
ଅନିୟମିତତା ସମନ୍ଧରେ ଉକ୍ତ ପଞ୍ଚାୟତ ଗୁଡିକରେ ବହୁ ଦିନରୁ ଜନ ସାଧାରଣ ଅଭିଯୋଗ କରିଥିଲେ ସୁଦ୍ଧା କୈାଣସି ସୁଫଳ ମିଳୁନଥିବାରୁ ଅଞ୍ଚଳରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ତେଣୁ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ସମିତି ସଭ୍ୟ, ଚେରମେନ୍ ଓ ଭାଇସ ଚେରମେନ ସଇଁତଲା ବିଡ଼ିଓଙ୍କୁ ମଧ୍ୟ ଏକ ଲିଖିତ ପତ୍ର ପ୍ରଦାନ କରିଛନ୍ତି, ଏପଟେ କେତେକ ଗ୍ରାମ ପଞ୍ଚାୟତ ଗୁଡିକରେ ସମିତି ସଭ୍ୟ ମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ସେହି ପରିପ୍ରେକ୍ଷିରେ ଏହା କେତେ ଗ୍ରହଣ ଯୋଗ୍ୟ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।