ଗୁମ୍ମା ଘାଟିରେ ଟ୍ୟାଙ୍କର ଓଲଟି ଡ୍ରାଇଭର ମୃତ, ହେଲପର ଗୁରୁତର

ରାୟଗଡ଼,୨/୧ : ରାୟଗଡ଼ା -କୋରାପୁଟ ୩୨୬ ନମ୍ବର ଜାତୀୟ ରାଜପଥର ଗୁମ୍ମା ଘାଟିରୁ ୨୦ ଫୁଟ ତଳକୁ ଖସି ପଡ଼ିଲା ଟ୍ୟାଙ୍କର୍। ଫଳରେ ଘଟଣାସ୍ଥଳରେ ଟ୍ୟାଙ୍କର୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍‌ପର୍‌ ଗୁରୁତର ଭାବେ ‌ଆହତ ହୋଇ ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ମିଳିଥିବା ସୂଚନା ପ୍ରକାରେ, ଆଜି ଭୋର ସମୟରେ ଏକ ଆଲୁମିନିୟମ ପାଉଡର ବୋଝେଇ ଟ୍ୟାଙ୍କର୍‌ ଟିକିରି ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନିୟମ୍ ପାଉଡର୍ ନେଇ ମଧ୍ୟପ୍ରଦେଶ ଯାଉଥିଲା। ଏହି ଟ୍ୟାଙ୍କର୍‌ଟି ଗୁମ୍ମା ଘାଟି ଚଢୁଥିବା ସମୟରେ ଭାରସାମ୍ୟ ହରାଇ ଘାଟିରୁ ୨୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଫଳରେ ଗାଡ଼ି ତଳେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍‌ପର୍‌ ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣା ସ୍ଥଳରେ କୁମ୍ଭିକୋଟା ଫାଣ୍ଡି ଅଧିକାରୀ ଏସ.ଆଇ.ବିମଳ କୁମାର କହଁର ଓ ରାୟଗଡ ଅଗ୍ନିଶମ ବାହିନୀ ପଂହଚି ଡ୍ରାଇଭ୍ରରର ମୃତ ଦେହ ଉଦ୍ଧାର କରିଛନ୍ତି ।

ରାୟଗଡାରୁ ଶିବ ନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in

________________________________________

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.