ଲାଞ୍ଜିଗଡ଼,୨/୧ : ପୌରାଣିକ କଥାବସ୍ତୁକୁ ଆଧାରକରି ଆଜିଠୁ ବିଶ୍ବନାଥପୁର ଠାରେ ଆରମ୍ଭ ହେବ ଧନୁଯାତ୍ରା । ଆରମ୍ଭ ହେବ ମହାରାଜ କଂସଙ୍କ ରାଜୁତି । ଏଥିପାଇଁ ଆୟୋଜକ କମିଟିର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ନାନା ରୂପରେ ସଜେଇ ହେଉଛି ବିଶ୍ବନାଥପୁର । ବିଶ୍ୱନାଥପୁର ଜୟ ଜଗନ୍ନାଥ ଧନୁଯାତ୍ରା କମିଟି ଦ୍ୱାରା ଅନୁଷ୍ଠିତ ଏହି ଧନୁଯାତ୍ରା ଅବସରରେ ମିନାବଜାର, ବିଭିନ୍ନ ଖାଦ୍ୟ ଷ୍ଟଲ, ହସ୍ତଶିଳ୍ପ ଦର୍ଶକ ମାନଙ୍କ ପାଇଁ ଖୋଲା ଯାଇଛି ବୋଲି କମିଟି ସଭାପତି ପ୍ରଦୀପ ଘଡେଇ, ସଂପାଦକ ଗୋବିନ୍ଦ ପ୍ରଧାନୀ ଓ କୋଷାଧ୍ୟକ୍ଷ ବିଶ୍ୱନାଥ ଘଡେଇ ସୂଚନା ଦେଇଛନ୍ତି।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ମୁଖ୍ୟାଳୟ ବିଶ୍ୱନାଥପୁର ହାଇସ୍କୁଲ ପଡିଆ ଠାରେ ୬ଷ୍ଠ ତମ ଧନୁଯାତ୍ରା ମହୋତ୍ସବ ଆଜି (ଗୁରୁବାର) ଠାରୁ ଆରମ୍ଭ ହେବ। ବିଶ୍ବନାଥପୁର ଦୁର୍ଗା ମଣ୍ଡପ ଗୋପପୁର ଓ ହାଇସ୍କୁଲ ପଡିଆଠାରେ କଂସ ମହାରାଜଙ୍କ ରଙ୍ଗମଞ୍ଚ ନିର୍ମାଣ ହୋଇଛି। ଏହି ଧନୁଯାତ୍ରା ମହୋତ୍ସବରେ ସୋନପୁର ଜିଲ୍ଲା ଅନ୍ତର୍ଡାର ଗୋପାଳ ଚନ୍ଦ୍ର ପଣ୍ଡା କଂସ ଭୂମିକାରେ ଅଭିନୟ କରିବେ।