ଲଖିରାମ ଅଗ୍ରୱାଲ ମହାବିଦ୍ୟାଳୟ ବେହେରାରେ ଯୁବ ସଂସଦ କାର୍ଯ୍ୟକ୍ରମ

କୋକସରା,୫/୧ : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ମହାବିଦ୍ୟାଲୟ ଠାରେ ଆଜି (ବୁଧବାର) ନେହେରୁ ଯୁବ କେନ୍ଦ୍ର ଭବାନିପାଟଣା ଏବଂ ଦନ୍ତେଶ୍ବରୀ ଯୁବକ ସଂଘ ବେହେରାର ମିଳିତ ଉଦ୍ୟମରେ ଏକ ‘ଯୁବ ସଂସଦ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ ଧର୍ମଗଡ ଗୋଷ୍ଠି ଉନ୍ନୟନ ଅଧିକାରୀ ଗୋପାଲ କୃଷ୍ଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବାବେଲେ କଲାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ‘କର୍ତ୍ତବ୍ୟ’ର ମୁଖ୍ୟ ସମ୍ପାଦକ ଅଶୋକ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବରେ ମଞ୍ଚାସିନ ଥିଲେ। ଅ

Udyog Nursery
Udyogi Nursery

ମାନଙ୍କ ମଧ୍ୟରେ ବାଞ୍ଛାନିଧି ପୁରୋହିତ,ଭକ୍ତଚରଣ ଭୋଇ, ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକ, ଧର୍ମଗଡ ବ୍ଲକ ଅଧ୍ୟକ୍ଷ ବଲରାମ ପୁଝାରୀ ପ୍ରମୁଖ ମଞ୍ଚାସିନ ଥିଲେ। ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ ଏବଂ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ଶିକ୍ଷକ କୁରୁକ୍ଷେତ୍ର ନାଏକଙ୍କ ପରିଚାଲନାରେ ଅନୁଷ୍ଠିତ ଏହି ସଭାରେ ଆଖପାଖ ଅଞ୍ଚଲରୁ ପ୍ରାୟ ଦୁଇ ଶହ ଯୁବ ସାଂସଦ ଅଂଶ ଗ୍ରହଣ କରିଥିଲେ।

ଦନ୍ତେଶ୍ବରୀ ଯୁବକ ସଂଘ ସଭାପତି ରଶ୍ମିରଞ୍ଜନ ଅଗ୍ରୱାଲ ଓ ସମ୍ପାଦକ ଟଙ୍କଧର ପଟେଲଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର ସମ୍ପାଦକ ପ୍ରସନ୍ନ ମେହେର ସଭାପତିତ୍ବ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କୁଳମଣି ବିଶି, କ୍ଷିରସିନ୍ଧୁ ନାଏକ, ସୁଧିର ଗୋପାଳ,ଅଧ୍ୟାପକ ମୋହନ ଚରଣ ବିଶି ପ୍ରମୁଖ ସହଯୋଗ କରିଥିଲେ। ଜାତୀୟ ସ୍ବେଛାସେବୀ ଅକ୍ଷୟ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ଯୁବ ରେଡକ୍ରସ ସ୍ବେଛାସେବୀଙ୍କ ପ୍ରତ୍ୟକ୍ଷ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଯାଇଥିଲା।

କୋକସରା ପ୍ରତନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.