ଭୁବନେଶ୍ୱର,୧୮/୩ : ଚୈତ୍ର ମାସ ଆରମ୍ଭରୁ ରାଜ୍ୟରେ ଖରାର ପ୍ରଭାବ ବେଶ ଅନୁଭୁତ ହେଉଛି । ଧିରେ ଧିରେ ତାପମାତ୍ରା ବଢ଼ିବାରେ ଲାଗିଛି । କେତେ ବେଳେ କେମିତି ବର୍ଷା ମଧ୍ୟ ହେଉଛି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡ଼ିକ ହେଉଛି ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ପୁରୀ, ନୟାଗଡ଼, ଢ଼େଙ୍କାନାଳ, କେନ୍ଦୁଝର ଓ କଟକ ।