Covid-19 ମୁକାବିଲା ପାଇଁ ପୁରା ପ୍ରସ୍ତୁତ ରୁପ୍ରାରୋଡ ଗ୍ରାମ ପଞ୍ଚାୟତ

ନର୍ଲା,୧୯/୩ : କରୋନା ଭାଇରସ୍ କୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ରହିଛି । କଳାହାଣ୍ଡି ଜିଲ୍ଲାରୁ ଅନ୍ୟ ରାଜ୍ୟ ତଥା ବାହାରକୁ ଦାଦନ ଖଟିବାକୁ ଯାଇ କରୋନା ଭୟରେ ରେଳ ମାଧ୍ୟମରେ ନିଜ ନିଜ ଗାଁ ଗହଳିକୁ ଅନେକ ଲୋକ ଫେରୁଛନ୍ତି । ଜିଲ୍ଲାର ନର୍ଲା ,ରୁପ୍ରାରୋଡ, କେସିଙ୍ଗା ରେଳଷ୍ଟେସନରେ ଶହ ଶହ ଶ୍ରମିକମାନେ ନିଜ ପରିବାରକୁ ଧରି ଏଲେପି-ଧନବାଦ, ଲିଙ୍କ ଏକ୍ସପ୍ରେସ, ପୁରୀ -ଅହମଦାବାଦ ରେଲରେ ଆସି ନିକଟସ୍ଥ ଷ୍ଟେସନରେ ଓହ୍ଲାଇ ଅଟୋ, ରିକ୍ସା ଓ ବସ ଯୋଗେ ସିଧାସଳଖ ନିଜ ନିଜ ଘରକୁ ଫେରୁଛନ୍ତି । ଯାହା ଦ୍ଵାରା ରୁପ୍ରାରୋଡ ରେଳ ଷ୍ଟେସନରେ ମଧ୍ୟ ଭିଡ ଦେଖିବାକୁ ମିଳୁଛି । ପ୍ରଶାସନ ପକ୍ଷରୁ ନର୍ଲା ତହସିଲଦାର ଓ ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ରଣା ରେଳ ଷ୍ଟେସନରେ ପହଞ୍ଚି ସମସ୍ତଙ୍କୁ କରୋନାର ସଚେତନତା ବାର୍ତ୍ତା ବାଣ୍ଟିବା ସହିତ କୌଣସି ବ୍ୟକ୍ତି ବିଶେଷକୁ ଏହାର ଲକ୍ଷଣ ଦେଖାଯାଏ ତାହାହେଲେ ପ୍ରଶାସନକୁ ଜଣାଇବା, ଗୁଜବ ପ୍ରଚାର ନକରିବା, କୌଣସି ସ୍ଥାନରେ ଅଧିକ ମାତ୍ରାରେ ଏକଜୁଟ ନହେବା ପାଇଁ ପରାମର୍ଶ ଦେଇଥିଲେ। ରୁପ୍ରାରୋଡ ରେଳ ଷ୍ଟେସନରେ ପ୍ରଶାସନର ଏକ ଟିମ ରହି ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଲିଷ୍ଟ ଲିଖିତ ରଖୁଥିବା ସହିତ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରିଥିଲେ। ଏହି ଟିମରେ ସରିଆଁ ହେଲଥ କର୍ମଚାରୀ ଭୋଳାନାଥ ଶବର, ରୁପ୍ରାରୋଡ ହେଲଥ କର୍ମଚାରୀ ଆଶିଷ ମହାପାତ୍ର, ହେଲଥ ସୁପରଭାଇଜର ସନ୍ତୋଷ ଡାକୁଆ, ଜିଆରଏସ ସୁଶାନ୍ତ ସେଠ, ନର୍ଲା ପୋଲିସର ସଞ୍ଜୟ ସାହୁ, ଉର୍ମିଳା ମାଝୀ ସହିତ ସରପଞ୍ଚ ଚିତ୍ତ ରଞ୍ଜନ ରଣା ଓ ତହସିଲଦାର ଜୟନ୍ତ ମେହେର ଉପସ୍ଥିତ ଥିଲେ। ସଂକ୍ରମିତ ରୋଗୀର ଆଇସୁଲେସନ ପାଇଁ ରୁପ୍ରାରୋଡ ହାଇସ୍କୁଲର ଚାରଟି କୋଠରୀ ବ୍ୟବହାର ପାଇଁ ବ୍ୟବସ୍ଥା କରାଯାଇଛି । ରୁପ୍ରାରୋଡର ସମସ୍ତ ଔଷଧ ଦୋକାନରେ କେତେ ପରିମାଣର ମାସ୍କ ଓ ସାନିଟାଇଜେର ମହଜୁଦ ସହିତ ଏ ଅଂଚଳର କିରାନା ଦୋକାନରେ କେତେ ପରିମାଣର ଖାଉଟି ସାମଗ୍ରୀ ଗଛିତ ଅଛି ତାହାର ଏକ ଲିଷ୍ଟ ପ୍ରସ୍ତୁତି କରାଯାଉଛି ଓ ଲଗାତାର ଜନ ସଚେତନତା କରାଯାଉଛି ବୋଲି ରୁପ୍ରାରୋଡ ସରପଞ୍ଚଙ୍କ ସୂତ୍ରରୁ ପ୍ରକାଶ । ଏହାସହ ଆଜି ପଞ୍ଚାୟତରେ କରୋନା ସତେତନତା ନେଇ ଏକ ବୈଠକ ବସିବ, ଏଥିରେ ନର୍ଲା ବିଡିଓ ଉପସ୍ଥିତ ରହିବେ । ପୂର୍ବରୁ ମାର୍ଚ୍ଚ ୧୮ରୁ ୩୧ ପର୍ଯ୍ୟନ୍ତ ରୁପ୍ରାରୋଡ ସାପ୍ତାହିକ ବଜାରକୁ ମଧ୍ୟ ବନ୍ଦ ଘୋଷଣା କରାଯାଇଛି ।

Omkar Vasthu
Omkar Vasthu
ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

_______________________________________

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.