କଳାହାଣ୍ଡି: ଭାରତ ସିକ୍ୟୁରିଟି ସର୍ଭିସ କଳାହାଣ୍ଡି ପକ୍ଷରୁ ଅବୁଜବାହାଲ ଠାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନୀତ କରିବା ଉଦେଶ୍ୟରେ ଏକ ସ୍ଵତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବୈଠକରେ ରାଜନୀତିଜ୍ଞ ପଞ୍ଚାନନ ସାହୁ ସଭାପତିତ୍ଵ କରିଥିବା ବେଳେ ରିଷିଡା ଫାଣ୍ଡି ଅଧିକାରୀ ଲବରମ ଛତ୍ରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସଂସ୍ଥାର ମୁଖ୍ୟ ପ୍ରବନ୍ଧକ ଭିକାରୀ ଚରଣ ସାହୁ ଭାରତ ସିକ୍ୟୁରିଟି ସର୍ଭିସ ଓ ପ୍ରେସମେଟ ଗଠନର ଉଦେଶ୍ୟ ଓ ଏହାର ସଫଳତା ର ତଥ୍ୟ ଉପସ୍ଥାପନ କରିଥିଲେ ।
ସଂସ୍ଥାର ଭବାନୀପାଟଣା ଶାଖା ପ୍ରବନ୍ଧକ ଶ୍ୟାମ ସୁନ୍ଦର ପଣ୍ଡା ଭାରତ ସିକ୍ୟୁରିଟି ସଂସ୍ଥା ସାଧାରଣ ଜନଜୀବନକୁ ସୁରକ୍ଷିତ ରଖିବା ଉଦେଶ୍ୟରେ ପ୍ରତିଷ୍ଠିତ ଓ ଶିକ୍ଷିତ ବେକାରୀ ଦୂରୀକରଣ ପାଇଁ ଏହା ଏକ ବୃହତ୍ତର ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ । ଯୁବକବି ଭାଗିରଥି ବାରିକ ସଭା ସଂଯୋଜନା କରିଥିଲେ । ଏଇ ଅବସରରେ କର୍ଲାମୁଣ୍ଡା ବ୍ଲକ ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମାଙ୍କ ସମେତ ସାମ୍ବାଦିକ ରାଜକୁମାର ସିଂହଦେଓ, ଉଦ୍ଧବ ପଣ୍ଡା ଓ ଅନ୍ୟ ମାନଙ୍କୁ କରୋନା ଯୋଦ୍ଧା ଭାବରେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯକ୍ରମକୁ ଜିଲ୍ଲା ପ୍ରବନ୍ଧକ ସ୍ଵରାଜ ସାହୁ ଓ ସଂସ୍ଥା ର କର୍ମଚାରୀ ମାନେ ପରିଚାଳନା କରିଥିଲେ ।