ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗେଇଦେବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି l ସେହିପରି କୋକସରା ବ୍ଲକ ର ୨୨ ଗୋଟି ପଞ୍ଚାୟତକୁ ବିଶୁଦ୍ଧ ପାନୀୟ ଜଳ ଯୋଗେଇବା ପାଇଁ ବହୁମୁଖୀ ପାନୀୟ ଜଳ ପ୍ରକଳ୍ପ କୋକସରା ବ୍ଲକ ମୋଟେର ପଞ୍ଚାୟତ ଖୁଟୁଲୁ ଗୁଡା ଠାରେ ଚାଲୁରହିଛି l ଏହି ବହୁମୁଖୀ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ତଦାରଖ ଓ ପରିଦର୍ଶନ କରିଛନ୍ତି ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ l ପରିଦର୍ଶନ ସମୟରେ ବ୍ୟବହୃତ ହେଉଥିବା ସାମଗ୍ରୀର ଗୁଣବତ୍ତା ଓ କାର୍ଯ୍ୟର ସ୍ଥାୟୀତ୍ୱ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ l ଉପାଧ୍ୟକ୍ଷ ଙ୍କ ଏହି କାର୍ଯ୍ୟ ର ପରିଦର୍ଶନ ସମୟରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ କନିଷ୍ଠ ଯନ୍ତ୍ରୀ ଫର୍ଣ୍ଣିନ୍ଦ୍ର ଆର୍କା ଉପସ୍ଥିତ ଥିଲେ ଓ କାର୍ଯ୍ୟାଦେଶ ପାଇ ଥିବା ଠିକା ସଂସ୍ଥାକୁ ଠିକ ଭାବରେ କାର୍ଯ୍ୟ ସମାପନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।