ଓଡିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ) : ଆଜି ବିଜେପି ସୋନପୁର ଜିଲ୍ଲା ଲଛିପୁର ମଣ୍ଡଳ ତରଫରୁ ସ୍ବାଧିନତା ଦିବସ ଉପଲକ୍ଷେ, ଅମୃତ ବାଟିକା ନିମନ୍ତେ ଛକୋରମାଳ ଶକ୍ତିକେନ୍ଦ୍ର ର ମାଟିଆପାଲି ଗ୍ରାମ ଏବଂ ଲଛିପୁର ଶକ୍ତିକେନ୍ଦ୍ର ର ଦାବପାଲି ଗ୍ରାମରେ ମଣ୍ଡଳ ସଭାପତି ଅଲେଖ ନାୟକ ଓ ଯୁବମୋର୍ଚ୍ଚା ସଭାପତି ଅବିନାଶ ଦାଶଙ୍କ ନେତୃତ୍ଵ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଲଛିପୁର ଶକ୍ତିକେନ୍ଦ୍ର ସଭାପତି ସୁରେଶ୍ୱର ସାହୁ, ବରିଷ୍ଠ ବିଜେପି ନେତା ନବକୃଷ୍ଣ ଦନ୍ତା, ଦେବାଶିଷ ଦାଶ, ଗୋପବନ୍ଧୁ ମହାକୁର, ସୁରଥ ବରିହା, ସୁନିଲ ବରିହା, ଜୟରାମ ମାଝୀ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ବୃନ୍ଦ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ବନବିଭାଗ ତରଫରୁ ବନପାଳ ବାବାଜୀ ନାଏକ, ବନରକ୍ଷୀ ସତ୍ୟନାରାୟଣ ମେହେର ଓ ରତନଲାଲ ଘଡେ଼ଇ ଯୋଗଦେଇ ଆବଶ୍ୟକ ସାହାଯ୍ୟ ଓ ସହଯୋଗ କରିଥିଲେ।