ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ହାଇସ୍କୁଲ ପଡିଆରେ ଆୟୋଜିତ ୭୭ତମ ରାଜ୍ୟସ୍ଥରୀୟ ସ୍ୱାଧୀନତା ସମାରୋହରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ମହାନ୍ତି ତାଙ୍କ ଅଭିଭାଷଣରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ବିଶ୍ୱ ଇତିହାସରେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ସମସ୍ତଙ୍କ ପାଇଁ ପ୍ରେରଣା ଥିଲା। ଭାରତ ଆଜି ନିଜକୁ ଏକ ପ୍ରମୁଖ ଶକ୍ତିରେ ପରିଣତ କରିପାରିଛି ବୋଲି ନର୍ଲା ବ୍ଲକ ଅଧ୍ୟକ୍ଷା କହିଛନ୍ତି। ଏହି ସମାରୋହରେ ବିଡ଼ିଓ ବାସନ୍ତି ସେଠି, ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଏବିଡିଓ ଗୋବର୍ଦ୍ଧନ ମାଝୀ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ପ୍ୟାରେଡରେ ନର୍ଲା ଡିଗ୍ରୀ ମହାବିଦ୍ୟାଳୟ, ନର୍ଲା+୨ ମହାବିଦ୍ୟାଳୟ, ମାଉଣ୍ଟେନ କିଡସ, ଶିଶୁ ବିଦ୍ୟାମନ୍ଦିର, ପେସିଫିକ ସ୍କୁଲ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଭାଗ ନେଇଥିଲେ।