ଲଡୁଗାଁର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି/ କୋକସରା (ହିରଣ୍ୟ ବେହେରା) : କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ସୋମବାର ଲଡୁଗାଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଧାନୀ ବାଗଙ୍କ ନେତୃତ୍ବରେ ନକଟିଗୁଡା ଛକଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ। ପରେ ସେଠାରେ ଏକ ପ୍ରତିବାଦ ସଭା କରି ଦାବି ଉପସ୍ଥାପନ କରିଥିଲେ। ଦାବିଗୁଡି ମଧ୍ୟରେ ଲଡୁଗାଁକୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା, ଲଡୁଗାଁକୁ ପଞ୍ଚାୟତ ସମିତିର ମାନ୍ୟତା, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା, ଅଞ୍ଚଳର ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଲଡ଼ୁଗାଁରେ ଏକ ପୋଲିସ୍‍ ଥାନା ସ୍ଥାପନ, ରାଜସ୍ୱ ବିଭାଗ ତରଫରୁ ସେଟେଲମେଣ୍ଟ କେମ୍ପ, ପାଇପ୍‍ ମାଧ୍ୟମରେ ବିଶୁଦ୍ଧ ପାନୀୟଜଳର ସୁବ୍ୟବସ୍ଥା, ଯାନବାହନ ରଖିବାର ପାର୍କିଂ ସୁବିଧା ଆଦି ୩୦ ଗୋଟି ଦାବି ନେଇ ଆଜି ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ପ୍ରଧାନୀ ବାଗ ସମେତ ବରିଷ୍ଠ ନାଗରିକ ଗୁଣନିଧି ବାଗ, ଅକ୍ରୁର ଯୋଷୀ, ମୁକ୍ତେଶ୍ଵର ପଟ୍ଟନାୟକ, ଶ୍ରୀମନ୍ତ ପାଢ଼ୀ, ରୁଦ୍ର ପ୍ରସାଦ ଦାସ, ଭୁବନେଶ୍ଵର ଦୁର୍ଗା, ତପନ ନାଏକ ଦିଲୀପ ଦାସ, ଭୀମ ଦଣ୍ଡସେନା ପିତାମ୍ବର ମହାନନ୍ଦ, ଗୁର ବେୱା, ମଞ୍ଜୁରୀ ପାଣଗ୍ରାହୀ, କ୍ଷୀର ଦୁର୍ଗା ଗଜିନ୍ଦ୍ର ନାଗ ପ୍ରମୁଖ ଉପସ୍ଥିତି ଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.