ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ଓ ଦାବି ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ଅଙ୍ଗନୱାଡ଼ି କର୍ମୀଙ୍କୁ ବଞ୍ଚିବା ଭଲି ଦରମା ଦେବା, ପେନସନ୍ ବ୍ୟବସ୍ଥା, ସାମାଜିକ ନିରାପତ୍ତା, ଏସ୍.ଏନ୍.ପି ଦର ବୃଦ୍ଧି କରିବା, ଗାଆଁ କଲ୍ଯାଣ ସମିତିରୁ ବାଦ ଦେବା ପ୍ରଭୁତି ଦାବି ପୂରଣ ସକାଶେ ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ଅଙ୍ଗନୱାଡ଼ି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଜିଲ୍ଲା ସମ୍ପାଦକ ପ୍ରମିଳା ସିଂହ, ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ, କାର୍ଯ୍ୟକାରୀ ସଭାନେତ୍ରୀ ସଂଘମିତ୍ରା ପଟ୍ଟନାୟକଙ୍କ ନେତୃତ୍ଵରେ ସ୍ଥାନୀୟ ନାରୀ ସେବା ସଦନରୁ ପଟୁଆରରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ବଜାର ଦର ଅନୁସାରେ ଅଣ୍ଡା ଦର ଦିଆଯାଉ, ୬ ସେବା ଛାଡି ଅନ୍ୟ କାମ ଦିଆ ନ ଯାଉ l ବିଏଲଓ କାମ ଦିଆ ନଯାଉ, ପଦୋନ୍ନତିରେ ସମସ୍ତ ଦିଗକୁ ଅଗ୍ରାଧିକାର ଦିଆ ଯାଉ, ଉନ୍ନତ ମାନର ମୋବାଇଲ ଦେବା, କର୍ମୀଙ୍କ ଖାତାକୁ ଦରମା କିମ୍ବା ଆନୁସଙ୍ଗିକ ଅର୍ଥ ସିଧାସଳଖ ପଠାଯାଉ ପ୍ରଭୁତି ସମସ୍ୟା ସମାଧାନ ସକାଶେ ମଧ୍ଯ ଉପସ୍ଥାପନ କରାଯାଇଛି l ସମସ୍ୟା ସମାଧାନ କରା ନଗଲେ ଆଗକୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି l କନକ ପ୍ରଧାନ, ରୀତା ରାଣୀ ପତି, ସୌଦାମିନୀ ପାଣ୍ଡେ, ମଞ୍ଜୁଲତା ମାଝୀ, ଫଣୀ ରାଉଳ, ମମତା ରାଣୀ ପ୍ରଧାନ, ଅନିତା ନାୟକ, ଶୁଭ୍ରା ମିଶ୍ର, ତୁଳସୀ ଭୋଇ, ସାବିତ୍ରୀ ପୁରୋହିତ, ରଞ୍ଜିତା କେର କଟା, ସୁଵାସିନୀ ମାଝୀ, ହେମ ବେହେରା, ପୂର୍ଣିମା ସୁରିନ, ଗୋପେଶ୍ଵର ଓରାମ୍, ମଞ୍ଜୁ ଧଳଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.