ଉଣେଇଶ ବର୍ଷରୁ କମ ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘର ଅନୁବନ୍ଧିତରେ ଜିଲ୍ଲା ପ୍ରଶାସନର ସହଯୋଗରେ ତିନି ଦିନ ଧରି ଚାଲିଥିବା ଉଣେଇଶ ବର୍ଷରୁ କମ ବୟସର ରାଜ୍ୟସ୍ତରୀୟ ପ୍ରତିଯୋଗିତା, ସଂଘର ସଭାପତି ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ଲାଞ୍ଜିଗଡ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ଦିଶାରୀ ପର୍ଯ୍ୟାୟ କ୍ରମେ ଯୋଗ ଦେଇଥିଲେ ଏବଂ କୃତୀ ଖେଳାଳିମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରୁ ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘର ସମ୍ପାଦକ ନିଲିନ କୁମାର, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ସିଓସି ଅଧ୍ୟକ୍ଷ ମନୋରଞ୍ଜନ ଦାସ, ଇଣ୍ଡିଆନ ପଟାସ ଲିମିଟେଡର ପ୍ରକଳ୍ପ ମୁଖ୍ୟ ଦୁର୍ଗା ପ୍ରସାଦ ଦ୍ବିବେଦୀ, ସ୍ୱାଗତ ଆଇଟିସିର ପରିଚାଳନା ନିର୍ଦ୍ଦେଶିକା ପ୍ରୀତି ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରଦୀପ ମହାନ୍ତି, ପର୍ଯ୍ୟବେକ୍ଷକ ଶୈଳେନ୍ଦ୍ର ଚୌଧୁରୀ, ଶିବମ ଅଗ୍ରୱାଲ, ସୁରେଶ ମହାନନ୍ଦ ପ୍ରମୁଖ ମଂଚାସୀନ ରହିଥିଲେ।

Omkar Vasthu
Omkar Vasthu

ସୂଚନାଥାଉକି, ପ୍ରତିଯୋଗିତାଟିକୁ ଅନୁଷ୍ଠାନିକ ଭାବରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ ଗତ ୨୭ ତାରିଖରେ ଉଦଘାଟନ କରିଥିବାବେଳେ ଦ୍ଵିତୀୟ ଦିବସର ସନ୍ଧ୍ୟାରେ ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ଓ ସମାଜସେବୀ ଶର୍ମିଷ୍ଠା ନାୟକ ଅତିଥି ଭାବରେ ଉପସ୍ଥିତ ଥିଲେ। କୋଡିଏ ବର୍ଷର ବ୍ୟବଧାନ ପରେ ଗୋଟିଏ ରାଜ୍ୟ ସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ଭବାନୀପାଟଣା ଠାରେ ସଂଘର ସମସ୍ତ କର୍ମକର୍ତ୍ତା ବହୁତ ଉତ୍ସIହିତ ରହିଥିଲେ ଏବଂ ସଂଘର ସଭାପତି ଶ୍ରୀଯୁକ୍ତ ଦାସ ଏହି ସୁଯୋଗ ପ୍ରଦାନ କରିଥିବାରୁ ରାଜ୍ୟ ସମ୍ପାଦକ ନିଲିନ କୁମାରଙ୍କୁ କଳାହାଣ୍ଡିବାସୀ ତରଫରୁ ଧନ୍ୟବାଦ ଦେଇଥିଲେ। ସାଂସଦ ସୁଜିତ କୁମାର ମଧ୍ୟ ଆଗାମୀ ଦିନରେ କଳାହାଣ୍ଡିରେ ବ୍ୟାଡ଼ମିଣ୍ଟନର ବ୍ୟାପକ ବିକାଶ ନେଇ ଆଶା ରଖିଥିଲେ ଏବଂ ଭବାନୀପାଟଣା ଠାରେ ଗୋଟିଏ ଅନ୍ତର୍ଜାତୀୟ ଇଣ୍ଡୋର ଷ୍ଟାଡିଅମ, ସାଇ ଏକାଡେମୀର ଅନ୍ୟତମ ଶାଖା ପଶ୍ଚିମ ଓଡିଶାର ଭବାନୀପାଟଣା ଠାରେ ଖୋଲାଯିବା ନେଇ ପ୍ରଚେଷ୍ଟା କରିବେ ବୋଲି ଅଭିଭାଷଣ ରଖିବା ସହ କଳାହାଣ୍ଡିର ଯେକୌଣସି କୃତୀ ଖେଳାଳୀଙ୍କ ପ୍ରଶିକ୍ଷଣ ପାଇଁ ଆର୍ଥିକ ସାହାଯ୍ୟର ଅଭାବ ରହିବ ନାହିଁ ବୋଲି ବକ୍ତବ୍ୟ ରଖିଥିଲେ। ସେହିପରି ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ସଂଘର ସଭାପତି ତଥା ଆୟୋଜକ କମିଟିକୁ ଧନ୍ୟବାଦ ଦେଇ ପ୍ରତିଯୋଗିତାରେ ଭାଗ ନେଇଥିବା ଖେଳାଳୀମାନଙ୍କୁ ଉତ୍ସIହିତ କରିଥିଲେ ଏବଂ ତାଙ୍କର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ତିନୋଟି ଅନୁନ୍ନତ ବ୍ଲକ ବିଶ୍ୱନାଥପୁର, ଥୁଆମୂଳ ରାମପୁର ଓ ଜୟପାଟଣା ଠାରେ ଗୋଟିଏ ଲେଖାଏଁ ମିନି ଇଣ୍ଡୋର ହଲ କରିବା ଦିଗରେ ପ୍ରଚେଷ୍ଟା ରହିବ ବୋଲି ବକ୍ତବ୍ୟ ରଖିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସଭାପତି ପ୍ରଦୀପ ଦାସଙ୍କ ନେତୃତ୍ୱରେ ତିନି ଦିନ ବ୍ୟାପୀ ଚାଲିଥିବା ପ୍ରତିଯୋଗିତାରେ ସମ୍ପାଦକ ସନ୍ଦୀପ ମିଶ୍ର, ଉପସଭାପତି ଅରୁଣ ରଥ ତଥା ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରୋଜ ମହାରଣା, ଦୀପକ ସାଗର କୁମାର, ସମୀର ସାହୁ, ମହେଶ କୁକରେଜା, ସାଇ ସିଂ ସାମନ୍ତ, ଶକ୍ତି ପ୍ରସାଦ ଯୋଶୀ, ରବି ସାହୁ, ସନ୍ଦୀପ ଦାସ, ସଞ୍ଜୟ ମଲ୍ଲିକ, ଅରୁଣ କୁମାର ସାହୁ, ପରେଶ ପ୍ରଧାନ, ମନୋଜ ପଣ୍ଡା, ଶୋଭନ ଦତ୍ତ, ଅମିତ ଜୈନ, ଗୌରୀ ବିଶି, ଦେବରାଜ ଛତ୍ରିଆ, ନରେନ୍ଦ୍ର ଦାଶ, ସୁନୀଲ ଅଗ୍ରୱାଲ, ଅଶୋକ ପଣ୍ଡା, ଅଶୋକ ପତି, ହେମନ୍ତ ମିଶ୍ର, ପାର୍ଥବ ସାହୁ, ନାଗେଶ୍ୱର ପଟ୍ଟନାୟକ, ରଂଜିତ ସାହୁ, ପୱନ ଅଗ୍ରୱାଲ, ପ୍ରକାଶ ମହାନ୍ତି, କମଲ ଶର୍ମା ତଥା ଅନ୍ୟାନ୍ୟ ସଦସ୍ୟବୃନ୍ଦ ବିଭିନ୍ନ ଦାୟିତ୍ୱ ନେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଏହି ପ୍ରତିଯୋଗିତାରେ ୧୯ ବର୍ଷରୁ କମ ବାଳକ ବିଭାଗର ଏକକ ପ୍ରତିଯୋଗିତାରେ ସୁନ୍ଦରଗଡ଼ର ଶ୍ରେୟାଂଶ ପରିଡା ବିଜୟୀ ହୋଇଥିବାବେଳେ କଳାହାଣ୍ଡିର ଅର୍ପିତ ପଣ୍ଡା ଉପବିଜେତା ହୋଇଥିଲେ। ବାଳିକା ବିଭାଗର ଏକକ ପ୍ରତିଯୋଗିତାରେ ରାଉରକେଲାର ଗୀତାଶ୍ରୀ ଦେ ବିଜୟୀ ହୋଇଥିବାବେଳେ ସମ୍ବଲପୁରର ଅଶ୍ୱିକା ମିଶ୍ର ଉପବିଜେତା ହୋଇଥିଲେ। ବାଳକ ବିଭାଗର ଯୁଗଳ ପ୍ରତିଯୋଗିତାରେ ଗଞ୍ଜାମର ଅବିନାଶ ମୁନି ଓ କଳାହାଣ୍ଡିର ଅର୍ପିତ ପଣ୍ଡା ବିଜୟୀ ହୋଇଥିବାବେଳେ କୋରାପୁଟର ଉଭୟ ଆୟୁଷ ତ୍ରିପାଠୀ ଓ ସ୍ମୃତି ରାଉତ ଉପବିଜେତା ହୋଇଥିଲେ। ସେହିପରି ମିଶ୍ରିତ ଯୁଗଳ ପ୍ରତିଯୋଗିତାରେ କଳାହାଣ୍ଡିର ଅର୍ପିତ ପଣ୍ଡା ଓ ସମ୍ବଲପୁରର ଅଶ୍ବିକା ମିଶ୍ର ବିଜୟୀ ହୋଇଥିବାବେଳେ କୋରାପୁଟର ଆୟୁଷ ତ୍ରିପାଠୀ ଓ ସୁନ୍ଦରଗଡ଼ର ଗୀତାଶ୍ରୀ ଦେ ଉପବିଜେତା ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.