ସାମୀ ୭ଟି ୱିକେଟ ନେବେ ବୋଲି ସୋସିଆଲ ମିଡିଆରେ ଆଗୁଆ ଶେୟାର କରି ଚର୍ଚ୍ଚାରେ ପ୍ରଶଂସକ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ୧୨ ବର୍ଷ ପରେ ଭାରତ ୭୦ ରନରେ ନ୍ୟୁଜିଲାଣ୍ଡକୁ ହରାଇ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ତେବେ ଏହି ସେମି ଫାଇନାଲରେ ମହମ୍ମଦ ସାମୀ ୭ଟି ୱିକେଟ ହାସଲ କରିବ ବୋଲି ଜେଣ ପ୍ରଶଂସକ ସ୍ୱପ୍ନ ଦେଖିଥିଲେ । ଏପରିକି ସେ ତାଙ୍କ ସ୍ୱପ୍ନ ସମ୍ପର୍କରେ ୧୪ ନଭେମ୍ବରରେ ଟୁଇଟର(ବର୍ତମାନର ଏକ୍ସ)ରେ ଶେୟାର କରିଥିଲେ । ଏବେ ଏହା ଭାଇରାଲ ହେବାରେ ଲାଗିଛି । ଡୋନ ମାତିୟେ ନାମକ ଏହି ପ୍ରଶଂସକଙ୍କ ସ୍ୱପ୍ନ ସତରେ ସାକାର ହୋଇଛି । ଏହା ପ୍ରଚାର ହେବା ପରେ ପ୍ରଶଂସକମାନେ ଡୋନଙ୍କୁ ଧନ୍ୟବାଦ ଦେବା ସହ ମଜାଦାର ଟୁଇଟ କରିବାରେ ଲାଗିଛନ୍ତି । ସାମୀ ଏକାକୀ ନ୍ୟୁଜିଲାଣ୍ଡର ୭ଟି ୱିକେଟ ନେଇ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଏଥିସହ ଭାରତ ୨୦୧୯ ସେମିଫାଇନାଲ ପରାଜୟର ମଧୂର ପ୍ରତିଶୋଧ ମଧ୍ୟ ନେଇପାରିଛି । ଭାରତ ୪ର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ୧୯୮୩ ଓ ୨୦୧୧ରେ ଟାଇଟଲ ହାସଲ କରିଥିବା ବେଳେ ୨୦୦୩ରେ ରନର୍ସଅପ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.